Home ଜିଲ୍ଲା ପରିକ୍ରମା ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ, ଦାବିପତ୍ର ପ୍ରଦାନ

ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ, ଦାବିପତ୍ର ପ୍ରଦାନ

36

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବି ଋତୁରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ମଣ୍ଡିରେ ଧାନ ପଡି ରହିବା, ମଣ୍ଡିରେ ମିଲର୍ସଙ୍କ ମର୍ଜିରେ ଧାନ ଉଠିବା ସହ ୮/୧୦ କେଜି ଚାଷୀଙ୍କ ଧାନ କଟନି ଛଟନି କରିବା, ଏ ସମସ୍ତ ଅବ୍ୟବସ୍ଥାକୁ ସୁଧାରିବା ସହ ରାଜ୍ୟ ସରକାର ଟୋକନ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ଉଠାଇବା ପାଇଁ ଦାବୀ କରି ଆଜି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଶୋକ କୁମାର ରାୁଳଙ୍କ ନେତୃତ୍ୱରେ ବିଜେପି କୃଷକମୋର୍ଚ୍ଚାର କର୍ମକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚଳିତ ରବି ଋତୁରେ ଓଡ଼ିଶାର ଚାଷୀଙ୍କ ଠାରୁ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା, ମିଲର୍ସମାନଙ୍କ ମର୍ଜିରେ ମଣ୍ଡିରୁ ଧାନ ଉଠିବା, ଚାଷୀଙ୍କଠାରୁ ପ୍ରତି କୁଇଣ୍ଟାଲ ଧାନରୁ ମିଲର୍ସମାନେ ୮/୧୦ କେଜି ଧାନ କଟନିଛଟନି କରିବା, ବସ୍ତା, ସୁତୁଳି, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କେନ୍ଦ୍ର ସରକାର ଦେଉଥିବା ବେଳେ ଏହା ଚାଷୀଙ୍କୁ ନଦେଇ ଏହି ଅର୍ଥ ମଧ୍ୟ ମିଲର୍ସମାନେ ହଡପ କରିବା ନେଇ ଅଭିଯୋଗ କରିଥିଲେ । ପୂର୍ବରୁ ଜିଲ୍ଲା ସ୍ତରରେ ଥିବା ପ୍ୟ।।ଡି ପ୍ରୋକ୍ୟୋରମେଣ୍ଟ କମିଟିକୁ ଅଚଳ କରି ଦେଇ ଏବେ ରାଜ୍ୟ ସରକାର ଧାନ କିଣା ବିକା ସିଧାସଳଖ ଭୁବନେଶ୍ୱରରୁ ଚାଷୀଙ୍କୁ ଟୋକନ ଦେଇ ଏହାକୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ଜିଲ୍ଲାରେ ଚାଷୀମାନଙ୍କର ସମସ୍ୟାକୁ ଦେଖିଲେ ସମାଧାନ କରିବା ପରିବର୍ତ୍ତେ ଜିଲ୍ଲାପାଳମାନେ ହାତ ଟେକି ଦେଉଛନ୍ତି । ଖରିଫ୍ ଋତୁରେ ଏବଂ ଏବେ ରବି ଋତୁରେ ଓଡିଶାର ହଜାର ହଜାର ସଂଖ୍ୟାରେ ଚାଷୀଙ୍କ ଟୋକନ ଲାପ୍‌ସ ହୋଇଥିବା ଯୋଗୁଁ ଚାଷୀ ଧାନ ମଣ୍ଡିରେ ବିକ୍ରି କରି ନପାରି ଖୋଲା ବଜାରରେ ୧୦୦୦/୧୨୦୦ ଟଙ୍କାରେ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହୋଇଛି ।

ଟୋକନ ବ୍ୟବସ୍ଥା ଚାଷୀଙ୍କ ଧାନ ବିକ୍ରି ପାଇଁ ନା ଚାଷୀ ଧାନ କିପରି ବିକ୍ରି କରିପାରିବ ନାହିଁ ତାର ବ୍ୟବସ୍ଥା, ସରକାର ଏହା ସ୍ପଷ୍ଟ କରିବାକୁ ଦାବି କରାଯାଇଛି । ଇତି ମଧ୍ୟରେ କେନ୍ଦ୍ର ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ସଚିବଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଦଳ ଓଡିଶା ଗସ୍ତରେ ଆସି ୪ଟି ମଣ୍ଡିର ସରଜମିନ୍ ତଦନ୍ତ କରିବା ସହ ରାଜ୍ୟର ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଏହି ରିପୋର୍ଟକୁ ସମୀକ୍ଷା କରିଛନ୍ତି କି ? ଯଦି କରିଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଦାବି କରାଯାଇଛି । ଗତ ତା ୨୫-୦୬-୨୦ ୨୧ ରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ସହ ୫ଜଣ ବିଧାୟକ ଖାଦ୍ୟ ଯୋଗାଣ ବିଭାଗ କର୍ପୋରେସନ୍ ଏମ୍‌.ଡି ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ଏମ୍‌.ଡି ମହୋଦୟ ଧାରଣା ସ୍ଥଳକୁ ଆସି ଜୁନ୍ ୩୦ ତାରିଖ ଭିତରେ ରାଜ୍ୟ ସରକାର ଟୋକନ୍ ଦେଇଥିବା ସମସ୍ତ ଚାଷୀଙ୍କ ଧାନ ଉଜାଇବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ମଣ୍ଡିରୁ ଧାନ ଉଠାଇବାରେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି ବରଂ ବାଧକ ହେଉଛନ୍ତି । ସରକାରଙ୍କ ଜିଦ୍ ଯୋଗୁଁ ଏମ୍‌.ଡି ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ଏବେ ଚୁପ୍ ବସିଛନ୍ତି । ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ୍ କରିଥିବା ସମସ୍ତ ଚାଷୀଙ୍କଠାରୁ ଧାନ ରାଜ୍ୟ ସରକାର କିଣନ୍ତୁ ।

ଟୋକନ୍ ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଉଠାନ୍ତୁ । କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଦେଇଥିବା ରିର୍ପୋଟକୁ ରାଜ୍ୟ ସରକାର ସମୀକ୍ଷା କରିବା ସହ ଏହାର ରିପୋର୍ଟ ରାଜ୍ୟବାସୀଙ୍କୁ ଜଣାନ୍ତୁ । ୮/୧୦ କେଜି କଟନିଛଟନି କରୁଥିବା ଏବଂ କେନ୍ଦ୍ରସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା, ସୁତୁଲି ଓ ପରିବହନ ଖର୍ଚ୍ଚ କିଏ ହଡପ କରୁଛି ତାହାର ତଦନ୍ତ କରାଯାଉ ଆଦି ଦାବି ଜଣାଇ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢୀ, ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ନେତା ବଦ୍ରିନାରାୟଣ ଧଳ, ଜିଲ୍ଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ଅଶୋକ ପରିଜା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାଶ, କୃଷକମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଭଗବାନ ପଣ୍ଡା, ଶରତ ପଢିଆରୀ, ତପନ କୁମାର ମହାନ୍ତି, ଅମ୍ବିକା ଦାସ, ମିଲନ ବଳ, ମଣ୍ଡଳ ସଭାପତି ପ୍ରଭାକର ସାମଲ, ଆଦିକନ୍ଦ ନାୟକ, ଶ୍ରୀଧର ନାୟକ, ବିକ୍ରମ କୁଅଁର, ସରୋଜ କୁମାର ରାଉତ, ମାଳତୀ ସାହୁ, ସୁମିତ୍ରା ପାଣି, ଭାଗିରଥୀ ମହାକୁଡ, କାହ୍ନୁ ଚରଣ ବେହେରା ପ୍ରମୁଖ ଏକ ଦାବିପତ୍ର ମହମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.