Home ଓଡ଼ିଶା ଆଦିବାସୀ ଅଚଂଳରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦଉତ୍ସବ ପାଳିତ

ଆଦିବାସୀ ଅଚଂଳରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦଉତ୍ସବ ପାଳିତ

30

ମାଲକାନଗିରି,୧ା୯ (ଓଡିଆ ପୁଅ ) କୋଭିଡ କଟକଣା ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଶ୍ରୀକୃଷ୍ଣ ମନ୍ଦିର ଗୁଡିକରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳିତ ହୋଇ ଯାଇଛି । ବିଷେଶ କରି ଜିଲ୍ଲାସଦର ମହକୁମାସ୍ଥ ଲାଠିଆ ଗୁଡା ଗ୍ରାମ ରେ ଥିବା ରାଧାମାଧବ ପ୍ରିଚିଙ୍ଗ ସେଟଂର ରେ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ସେଟଂର ର ଉଦ୍ୟେକ୍ତା ସୂର୍ଯ୍ୟନାରାୟଣ ସାହୁ, ପୂଜକ ରାମକୃପା ନାୟକ ଙ୍କ ସହିତ ଅନ୍ୟାନ ଭକ୍ତ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗତ ଦୁଇଦିନ ଧରି ଏହି ରାଧାମାଧବ ମନ୍ଦିର ଉତ୍ସବ ମୁଖର ହୋଇଥିଲା । ଠିକ ସେହିପରି ଶିବାନନ୍ଦ ଆଶ୍ରମ ପରିସରରେ ଥିବା ଶ୍ରୀକୃଷ୍ଣ ମନ୍ଦିର, ମଲ୍ଲିକେଶ୍ୱର ସାହି ରେ ଥିବା ରାଧାକୃଷ୍ଣ ମନ୍ଦିର ସହିତ ଅନ୍ୟାନ ସ୍ଥାନରେ ଥିବା କୃଷ୍ଣ ମନ୍ଦିର ଗୁଡିକରେ କୋଭିଡ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କୁ ନେଇ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦଉତ୍ସବ ପାଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.