Home ଜିଲ୍ଲା ପରିକ୍ରମା ଆଦାନୀ ଧାମରା ପୋର୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ

21

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମଜୟନ୍ତୀ ଅବସରରେ ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ ଆଦାନୀ ଫାଉଣ୍ଡେସନ ପକ୍ଷରୁ ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୭ତମ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦାନୀ ଫାଉଣ୍ଡେସନ ସହାୟତାରେ ପ୍ରତିଷ୍ଠାହୋଇଥିବା ପାଠାଗାରକୁ ଅତିଥିମାନେ ଉନ୍ମୋଚନ କରିଛନ୍ତିା ଏହି ପାଠାଗାରରେ ୩ଟି ବହିର‌୍ୟାକ୍‌, ୬୦୦ ବହି, ୩ଟି ପଢାଟେବୁଲ, ୩୬ଟି ଚୌକି, ଗୋଟିଏ ଆରଓସିଷ୍ଟମ୍ ଓ ଗୋଟିଏ ପାଠାଗାରଗୃହରହିଛି । ଯୁବପିଢିଙ୍କଭିତରେ ଥିବା ପ୍ରତିଭାର ପରିପ୍ରକାଶ ପାଇଁଜାତୀୟ ଯୁବ ଦିବସରେବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଚଳିତବର୍ଷର ଥିମ୍ ‘ରାଷ୍ଟ୍ର ଗଠନ ପାଇଁ ଯୁବଶକ୍ତିକୁ ସଂଗଠିତ କରିବା’ ବିଷୟକୁ ନେଇ ଆୟୋଜିତ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୯୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ନୃତ୍ୟ ପ୍ରତିଯୋଗିତାରେ ୧୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ଲେଙ୍କା, ଧାମରା ସରପଂଚ ପ୍ରିୟରଞ୍ଜନ ଜେନା, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ପରକ୍ଷୀତ ଦାସ, ଧାମରା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ । ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତକୁମାର ଦାସକାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ । ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାରରାଶିସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲାବେଳେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ କେବଳ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.