Home ଜିଲ୍ଲା ପରିକ୍ରମା ୨୦୨୦-୨୧ ରବି କୃଷି ନିର୍ଦ୍ଧାରଣ କମିଟି ବୈଠକ

୨୦୨୦-୨୧ ରବି କୃଷି ନିର୍ଦ୍ଧାରଣ କମିଟି ବୈଠକ

6

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରବି ଋତୁ ପାଇଁ ଭଦ୍ରକ ଜିଲ୍ଲା ନିମନ୍ତେ କୃଷି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜଗନ୍ନାଥ ନନ୍ଦ ଖରିଫ୍ – ୨୦୨୦ରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏହା ବ୍ୟତୀତ ରବି ଋତୁ ପାଇଁ କୃଷକମାନଙ୍କ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସହ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ରାଜ୍ୟସ୍ତରୀୟ ତଥା କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ସମ୍ବନ୍ଧରେ ବିଶଦ୍ ଭାବେ ଆଲୋଚନା କରିଥିଲେ । ବୈଠକରେ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଳରାମ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଉପସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏତଦ୍ ବ୍ୟତୀତ ଉଦ୍ୟାନ କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଏବଂ ସମବାୟ ସମିତିର ସହନିବନ୍ଧକ ଏବଂ ଜଳ ସଂପଦ ବିଭାଗର ଅଧିକାରୀଗଣ ନିଜର ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ରବି ଋତୁରେ ୬୮୨୫ ହେକ୍ଟର ଜମିରେ ଧାନଚାଷ ଏବଂ୩୪୫୦୭ ହେକ୍ଟର ଜମିରେ ଅଣଧାନ ଫସଲ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ବୈଠକରେ କୃଷି ତଥା ଆନୁସଙ୍ଗିକ ବିଭାଗର ବ୍ଳକ ସ୍ତରୀୟ ତଥା କୃଷି ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.