Home ଆନ୍ତର୍ଜାତୀୟ ଆଡଭାରଇଜରୀ ଜାରି କଲା ପାକିସ୍ତାନ

ଆଡଭାରଇଜରୀ ଜାରି କଲା ପାକିସ୍ତାନ

369

ନୂଆଦିଲ୍ଲୀ,୪ /୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଭାରତୀୟ ସେନାଙ୍କ ଆକ୍ସନରେ ଡରିଯାଇ ଏବେ  ନିୟନ୍ତ୍ରଣ ରେଖା ଏଲଓସି ନିକଟସ୍ଥ ପିଓକେରେ ଆଡଭାରଇଜରୀ ଜାରି କରିଛି ପାକିସ୍ତାନ । ଏଲଓସିରେ ଭାରତୀୟ ସେନା ପକ୍ଷରୁ ହୋଇଥିବା ଗୁଳିବର୍ଷା ପରେ ସେନାଙ୍କୁ ଆଲର୍ଟ ରହିବାକୁ ପାକିସ୍ତାନ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଜମ୍ମୁ-କାଶ୍ମୀରର କେରନ ସେକ୍ଟରରେ ପାକିସ୍ତାନର ଅନୁପ୍ରବେଶ ଯୋଜନାକୁ  ଭାରତୀୟ ଯବାନ ଭଣ୍ଡୁର କରି ଦେଇ ଥିବା ବେଳେ ସେନା ପକ୍ଷରୁ କରାଯାଇଥିବା ବଡ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୫ରୁ ୭ ସେନା ଓ ଆତଙ୍କବାଦୀ ନିହତ ହୋଇଛନ୍ତି ।

ତେବେ ମିଳିଥିବା ଖବର ମୁତାବକ, ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ପାକିସ୍ତାନୀ ସେନାଙ୍କ ସ୍ଥାନରେ ଆତଙ୍କବାଦୀମାନେ କ୍ୟାମ୍ପ କରି ପ୍ରଶିକ୍ଷଣ ନେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.