Home ଓଡ଼ିଶା ଆଜି ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ

ଆଜି ଲୋକସଭାରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲ

137

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଲୋକସଭାରେ ଉପସ୍ଥାପନ ହେବ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ । ଯାହାକୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି । ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ।

ତେବେ ରାଜ୍ୟସଭା ଆରମ୍ଭ ହେବା କ୍ଷଣି ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ମନ୍ତ୍ରୀ ଶାହ ଗୃହରେ ସଂକଳ୍ପ ଆଗତ କରିଥିଲେ। ଏଥିସହ ରାଜ୍ୟ ପୁର୍ନଗଠନ ବିଲ୍ ମଧ୍ୟ ଆଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.