Home ଜିଲ୍ଲା ପରିକ୍ରମା ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି ,ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମଙ୍ଗଳକୃତ୍ୟ,୧୦ଟାରେ ବରଧରା...

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି ,ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମଙ୍ଗଳକୃତ୍ୟ,୧୦ଟାରେ ବରଧରା ଗମନ ; ସଂଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା

12

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଗୁରୁବାର ବୈଦିକ ରୀତିନୀତି ଓ ଲୋକାଚାରରେ ସମ୍ପନ୍ନ ହୋଇଛି ମଙ୍ଗଳକୃତ୍ୟ ଓ ହଳଦୀ ନୀତି। ଆଜି(ଶୁକ୍ରବାର)ବିବାହ ବନ୍ଧନରେ ବାନ୍ଧି ହେବ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳାରେ ଭାବେ ଗୁରୁବାର ବରପିତା ଓ କନ୍‌୍ୟପିତାଙ୍କ ପକ୍ଷରୁ ମଣିବାବା ଓ ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ହର ଓ ଗୌରୀଙ୍କୁ ଘଂଟାକିର୍ତନ, ଛତ୍ର ଆଲଟ ଚାମର ଦ୍ୱାରା ଏକ ସୁସଜ୍ଜିତ ପାଲିଙ୍କିରେ ନେବା ପରେ ୭ଜଣ ମହିଳାଙ୍କ ଦ୍ୱାରା ହଳଦୀ ନୀତି ସହ ପଂଚାମୃତରେ ମଙ୍ଗଳକୃତ୍ୟ ନୀତି କରାଯାଇଥିଲା। ପରେ ଜାଇ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତରେ ୍େୱଶ କରାଯାଇ ଭୋଗ ଅର୍ପଣ କରାଯାଇଥିଲା। ଶୁକ୍ରବାର ସକାଳ ୧୦ଟାରେ ବରଧରା ଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଶୋଭାଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ପାରମ୍ପରିକ ୍ୱାଦ୍ୟ ଓ ନୃତ୍ୟ କଳାକାର ଅଂଶଗ୍ରହଣ କରିବେ। ମଧ୍ୟାହ୍ନ ୧ଟାରେ ୍ୱରଧରା ବରଣ କାର୍ଯ୍ୟ ସମ୍ପନ୍ନ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ୱର ଓ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଶ୍ରଦ୍ଧାଳୁ ଭକ୍ତଙ୍କୁ। ସଂଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀଧାମର ସାହିମେଢ ନୃତ୍ୟ, ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ, ପଶ୍ଚିମବଙ୍ଗ ମେଦିନପୁରର ମୟୁରଚୂଳିଆ ବାଦ୍ୟ ଦଳଙ୍କ ସହ ବ୍ରହ୍ମପୁରର ଯୋଡିଶଙ୍ଖ ନୃତ୍ୟ ଦଳ ପୀଠ ପହଁଚିଯାଇଛନ୍ତି। ବାଜା, ବାଣ ରୋଷଣୀ ସହ ଲକ୍ଷାଧିକଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ବୋଲି ମନ୍ଦିରର ସେବାୟତ କହିଛନ୍ତି। ଅନ୍ୟପଟେ ପୀଠରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩ଜଣ ମ୍ୟାଜିଷ୍ଟ୍ରେଟଙ୍କ ସହ ଭଦ୍ରକ ଏସପି, ୨ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୧୨ଜଣ ଅଫିସରଙ୍କ ସହ ୧୪ପ୍ଲାଟୁନ ଫୋର୍ସ ଓ ଟ୍ରାଫିକ ପୁଲିସ ମୃତୟନ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.