Home ଓଡ଼ିଶା ଆଜି ଠାରୁ ବୃଦ୍ଧି ପାଇଲା ବସ୍ ଭଡା

ଆଜି ଠାରୁ ବୃଦ୍ଧି ପାଇଲା ବସ୍ ଭଡା

292

ଭୁବନେଶ୍ୱର୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଲଗାତାର ଭାବେ ପ୍ରେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଫଳରେ ଆଜି ଠାରୁ ବସ ଭଡା ବୃଦ୍ଧି ପାଇଛି।ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କି.ମି ପିଛା ୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୨ ପଇସା ବୃଦ୍ଧି ହୋଇଛି। ପୂର୍ବରୁ ସାଧାରଣ ବସ ଭଡା କି.ମି ପ୍ରତି ୭୨ ପଇସା ଥିବା ବେଳେ ଏବେ ବୃଦ୍ଧି ଘଟି ୭୩ ପଇସା ହୋଇଛି। ଏକ୍ସପ୍ରେସ ବସ ଭଡ଼ା କି.ମି ପିଛା ୬୯ ପଇସାରୁ ୭୦ ପଇସା ବୃଦ୍ଧି ପାଇଛି। ଡିଲକ୍ସ ବସ କି.ମି ପିଛା ୯୯ ପଇସାରୁ ୧ ଟଙ୍କା ୦୧ପଇସା ହୋଇଛି। ସେହିପରି ପୂର୍ବରୁ ଏସି ଡିଲକ୍ସ କି.ମି ପିଛା ୧ ଟଙ୍କା ୨୧ ପଇସା ଥିବା ବେଳେ ଏବେ ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୨୩ ପଇସା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.