Home ଓଡ଼ିଶା ଆଜି ଆଲୋକର ପର୍ବ ଦୀପାବଳୀ, ସବୁଠି ଉତ୍ସବ ମୁଖର ପରିବେଶ

ଆଜି ଆଲୋକର ପର୍ବ ଦୀପାବଳୀ, ସବୁଠି ଉତ୍ସବ ମୁଖର ପରିବେଶ

174

ଭୁବନେଶ୍ୱର,୨୭/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଠି ଉତ୍ସବର ପରିବେଶ । ସବୁଆଡେ ଆଜି ଦେଖିବାକୁ ମିଳିବ ଖାଲି ଆଲୋକ । ଭଳିକି ଭଳି ଲିଚୁ ଓ ଦୀପରେ ସଜା ହୋଇ ଉତଫୁଲିତ ହେବ ପରିବେଶ । ତେବେ ଦୀପାବଳିକୁ ନେଇ ପୌରାଣିକ କଥା ରହିଛି । ରାମାୟଣ ଅନୁସାରେ କୁହାଯାଏ,  ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣକୁ ମାରିବା ପରେ ଅଯୋଧ୍ୟାକୁ ଫେରିଥିଲେ ଏବଂ ତାଙ୍କରି ସ୍ୱାଗତ ପାଇଁ ରାମ ରାଇଜ ଆଲୋକରେ ସଜେଇ ହୋଇଥିଲା  । ଏହାସହ ଏହି ଦିନ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦିଆଯିବାର ବିଧି ମଧ୍ୟ ରହିଛି । ଯାହାକୁ ପୟାଶ୍ରାଦ୍ଧ କୁହାଯାଏ । ଏହାସହ ଆଜି ଭଳି ଦିନରେ ବାଣ ଫୁଟାଇବା ସହ ସମସ୍ତେ ଏହାର ଆନନ୍ଦ ନେବାକୁ ଅଛନ୍ତି । ସେଥିପାଇଁ ସତର୍କ ହୋଇ ବାଣ ଫୁଟାଇବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.