Home ଓଡ଼ିଶା ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଆଗାମୀ ୨୪ଘଣ୍ଟାରେ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

1251

ଭୁବନେଶ୍ୱର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଗତ କିଛି ଦିନ ହେଲା ଶୀତର ପ୍ରକୋପ ଲାଗିରହିଥିବା ବେଳେ ଆଗାମି ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ  କୁ ଚିନ୍ତାରେ ପକାଇଦେଇଛି ଚାଷୀ କୁଳକୁ । ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ।  ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା, ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଆସନ୍ତା ୨ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ।ଗତ ୨୪ ଘଣ୍ଟାରେ କୋରାପୁଟରେ ୩.୨ ମି.ମି., ପାରାଦୀପରେ ୧.୯ ମି.ମି., ପୁରୀରେ ୧.୫ ମି.ମି. , ଚାନ୍ଦବାଲିରେ ୪.୮ ମି.ମି. ଓ ଗାପଳପୁରରେ ୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଛାଡ଼ିଗଲା ପରେ ପୁଣି ୫ ତାରିଖରୁ ଶୀତର ପ୍ରକୋପ ଦେଖିବାକୁ ମିଳିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.