Home ଜିଲ୍ଲା ପରିକ୍ରମା ଆଗରପଡା କଲେଜରେ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଆଗରପଡା କଲେଜରେ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

4

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡା ମହାବିଦ୍ୟାଳୟରେ ହର୍‌ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ.ଏସ୍‌.ଏସ, ଏନ୍ ସି.ସି., ୱାଇ. ଆର.ସି.ର ସ୍ୱେଚ୍ଛାସେବୀ ଓ ଶତାଧିକ ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ମହାବିଦ୍ୟାଳୟରୁ ବାହାରି ବଜାର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପ୍ରେମଲତା ଦାଶ, ସନ୍ଧ୍ୟାରାଣୀ ନାୟକ, ସାବିତ୍ରୀ ମଞ୍ଜରୀ ଦାସ, ପ୍ରଦୀପ ବେହେରା, ପ୍ରକାଶ ରାଉତ, ନିରଞ୍ଜନ ପାଲ୍‌, ହରହର ଦାସ, ବିଜୟ ଷେଣ୍ଢ, ରବିନ୍ଦ୍ର ମୋହନ ପଣ୍ଡା, ଏଜି. ଅଲ୍ଲୀ, ରାଜେନ୍ଦ୍ର ପାଣିଗ୍ରାହୀ, ମନୋଜ ପ୍ରଧାନ, ହେମନ୍ତ ଓଝା,ପ୍ରଶାନ୍ତ ନାୟକ କୁମାର ନାୟକଙ୍କ ସମେତ ସହାୟକ ଅଶୋକ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଶ ଓ ଜାତି ପ୍ରେମ ଜାଗ୍ରତ ନେଇ ଏହି ଶୋଭାଯାତ୍ରା ବାହାର କରାଯାଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.