Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ମନ୍ଦିରରେ ପ୍ରଶାସନ ଓ ପାଳିଆ ସେବାୟତଙ୍କ ଅବ୍ୟବସ୍ଥା, ଅର୍ଦ୍ଧରାତି ଯାଏଁ ଅନିଦ୍ରା ସହ ଓପାସ...

ଆଖଣ୍ଡଳମଣି ମନ୍ଦିରରେ ପ୍ରଶାସନ ଓ ପାଳିଆ ସେବାୟତଙ୍କ ଅବ୍ୟବସ୍ଥା, ଅର୍ଦ୍ଧରାତି ଯାଏଁ ଅନିଦ୍ରା ସହ ଓପାସ ରହିଲେ ବାବାମଣ,ରାତ୍ର ୧/୩୦ଟାରେ ସମ୍ପନ୍ନ ହେଲା ଶେଷଧୂପ ବାଟୁଳା ଦହିପଖାଳ ଭୋଗ ନୀତି

2

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀର୍ଘ ମାସ ହେବ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ ସମୟରେ ନୀତିକାନ୍ତି ସହ ପରିଚାଳନାରେ ନାନା ସମସ୍ୟା ଦେଖାଦେଉଛି। ଗତ ସୋମବାର ବୈଶାଖ ମାସର ପ୍ରଥମ ପାଳି ସହ ପବିତ୍ର ଅକ୍ଷୟ ତୃତୀୟା ନୀତି ରହିଥିଲା। ଏହି ପବିତ୍ର ମାସରେ ବାବାଙ୍କୁ ଶୀତଳ ଉପଚାର ନୀତିରେ ଶହଶହ କଳସରେ ଜଳାଭିଷେକ କରାଯିବା ସହ ରାତ୍ର ୧୦ଟା ଯାଏଁ ବାବାଙ୍କୁ ହଜାରହଜାର ବେଲ୍ୱପତ୍ର ଲାଗିକରାଯାଇଥିଲା। ହେଲେ ପ୍ରଶାସନ ପକ୍ଷରୁ ପାଦୁକଜଳ ଓ ଲାଗି ହୋଇଥିବା ବେଲ୍ୱପତ୍ର ଗର୍ଭଗୃହରୁ ବିଳମ୍ବରେ ନିଷ୍କାସନ କରାଯିବା ଯୋଗୁ ନୀତିରେ ବିଳମ୍ବ ଦେଖାଦେବା ସହିତ ବାବାଙ୍କୁ ରାତ୍ର ଅନିଦ୍ରା ସହ ଦୀର୍ଘ ୩ଘଂଟା ଧରି ଓପାସରେ ରହିବାକୁ ପଡ଼ିଥିଲା। ଏପରିକି ରାତ୍ର ୧୦ଟାରେ ହେବାକୁ ଥିବା ବାଟୁଳା ଦହି ପଖାଳ ଭୋଗ ରାତ୍ର ୧/୩୦ରେ ସମ୍ପନ୍ନ ହୋଇଥିଲା। ଅନ୍ୟପଟେ ପ୍ରଶାସନ ଦୋଷ ମୁକ୍ତ ପାଇଁ ପାଳିଆ ସେବାୟତଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ନୀତିରେ ବିଳମ୍ବ ହୋଇଥିବା ପ୍ରଶାସନ ପକ୍ଷରୁ ଟିପଣି ଦିଆଯିବା ସହ ପାଳିଆ ସେବାୟତଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏପରି ଆରୋପ ପ୍ରତିରୋପ ଦ୍ୱାରା ଅର୍ଦ୍ଧରାତ୍ର ଯାଏଁ ବାବାମଣି ଅନିଦ୍ରା ରହିବା ସହ ଘଂଟାଘଂଟା ଧରି ଓପାସରେ ରହିଥିଲେ। ଯାହାକୁ ନେଇ ବରିଷ୍ଠ ସେବାୟତ ଓ ଭକ୍ତଙ୍କ ମହଲରେ ତି୍ୱ୍ର ନିନ୍ଦା ପ୍ରକାଶ ପାଇବା ସହ ବାବାଙ୍କ ମନ୍ଦିରରେ କେବେବି ନୀତିକାନ୍ତିରେ ବିଳମ୍ବ ଦେଖାଦେବା ଓ ବାବା ଓପାସରେ ରହିବା ଦେଖାଯାଇନଥିଲା। ମନ୍ଦିରର ଦୈନନ୍ଦିନ ନୀତିନୀର୍ଘଂଟ ଅନୁଯାୟୀ ରାତ୍ର ୧୦ଟା ସୁଧା ଶେଷଧୂପ ବାଟୁଳା ଦହି ପଖାଳ ଅନ୍ନଭୋଗ ଲାଗି କରାଯାଇ ପହୁଡ଼ ହୋଇଥାଏ। ହେଲେ ବୈଶାଖ ମାସରେ ସେବାୟତଙ୍କର ଜଳଲାଗି ଓ ବେଲ୍ୱପତ୍ର ଲାଗି ପାଇଁ ସମୟସୀମା ସ୍ଥିର ହେଲେ ଏପରି ସମସ୍ୟା ଦେଖାଦେବ ନାହିଁ ବୋଲି ସେବାୟତଙ୍କ ମହଲରେ ପ୍ରକାଶ ପାଇଛି। ବିଶେଷକରି ମନ୍ଦିରରେ ସ୍ଥାୟୀ ଟହଲିଆ ଓ ରାତ୍ର ଜଗୁଆଳି ନଥିବାରୁ ବାବାଙ୍କ ନୀତି ସହ ପରିଚାଳନାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରି ସମସ୍ୟା ବାବଦରେ ମନ୍ଦିର ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ଓ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କୁ ପଚାରିବାରୁ ବାବାଙ୍କ ମନ୍ଦିରରେ ଦେଖା ଦେଇଥିବା ନୀତି ବିଳମ୍ବ ସମସ୍ୟା ବା୍ୱଦରେ ଆଲୋଚନା କରାଯିବ। ଆଗାମୀ ଦିନରେ ଯେପରି ଭାବେ ସମସ୍ୟା ନ ଉପୁଜିବ ସେଥିପାଇଁ ମନ୍ଦିରର ପରିଚାଳକଙ୍କୁ ଦାୟୀତ୍ୱ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.