Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିରରେ ପୁଣି ପ୍ରଶାସନିକ ଅବ୍ୟବସ୍ଥା, ଆଖଣ୍ଡଳମଣି ଦର୍ଶନ ପାଇଁ ଡହଡହ ଖରାରେ ୫ଘଂଟା ଧରି...

ଆଖଣ୍ଡଳମଣିଙ୍କ ମନ୍ଦିରରେ ପୁଣି ପ୍ରଶାସନିକ ଅବ୍ୟବସ୍ଥା, ଆଖଣ୍ଡଳମଣି ଦର୍ଶନ ପାଇଁ ଡହଡହ ଖରାରେ ୫ଘଂଟା ଧରି ଧାଡିରେ ଚାଲିଲେ ଭକ୍ତ ବ୍ୟାରିକେଡ଼ ନଥିବାରୁ ବାବାଙ୍କ ଦର୍ଶନରେ ବିଳମ୍ବ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

2

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ସଂକ୍ରାନ୍ତି ଅବସରରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଗତସୋମ୍ୱାର ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା ପୀଠରେ। ହେଲେ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହୋଇଥିଲେ। ଏପରି ସ୍ଥିତି ଉପୁଜିଲା ଫଳରେ ।ବାବାଙ୍କ ଦର୍ଶନ ନପାଇ ଅଧାବାଟରୁ ଫେରିଯାଇଥିଲେ ବହୁସଂଖ୍ୟକ ଭକ୍ତ। ଏତେ ପରେବି ଚେତିଲାନି ମନ୍ଦିର ଓ ଜିଲା ପ୍ରଶାସନ ଯାହାକି ମଙ୍ଗଳବାର ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା ମନ୍ଦିର ପରିସରରେ ଆରଡି ପୀଠକୁ ବାବାଙ୍କ ଦର୍ଶନ ପାଇଁ ଆସିଥିବା ହଜାରହଜାର ଭକ୍ତ ଡହଡହ ଖରାରେ ଧାଡ଼ିରେ ଦୀର୍ଘ ୫ଘଂଟା ଧରି ରହିବା ସହ ବାବାଙ୍କୁ ଦର୍ଶନ କରିଥିଲେ। ଏପରିକି ବ୍ୟାରିକେଡ ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏକତ୍ରିତ ଭାବେ ପୁରୁଷ ଓ ମହିଳାଭକ୍ତ ଦର୍ଶନ ପାଇଁ ମନ୍ଦିରକୁ ଭିତରକୁ ଯାଇଥିଲେ ମଧ୍ୟ ଠେଲାପେଲା ପରିସ୍ଥିତି ଉପୁଜିଥିଲା। ତାହାସହ ପାଦଚଲା ଦର୍ଶନପଥରେ ନାଁ ଥିଲା ଛାଉଣି ବ୍ୟବସ୍ଥା ନା ଚଟାଣରେ ୍ୱିଛାଯାଇଥିଲା ମ୍ୟାଟ। ଫଳରେ ଡହଡହ ଖରାରେ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟପିଲା ସିଜିଥିଲେ। ଏପରିକି ପାନୀୟଜଳ ବ୍ୟବସ୍ଥା ନଥିବାରୁ ଡହଳବିକଳ ହୋଇଥିଲେ ଆଗନ୍ତୁକ ଭକ୍ତ। ଏପରି ସମସ୍ୟା ବାବଦରେ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ ଏତେ ସଂଖ୍ୟକ ଭକ୍ତ ହେବେ ବୋଲି ଜଣାନଥିଲା। ତେଣୁ କିଛି ବ୍ୟବସ୍ଥା ହୋଇପାରିନାହିଁ। ହେଲେ ଏପଟେ ପ୍ରଶାସନ ଉପରେ ଆଗନ୍ତୁକ ଭକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.