Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଭାବେ ଜନ୍ମାଷ୍ଟମୀ ନୀତି, ମଧ୍ୟରାତ୍ରରେ ଅନୁଷ୍ଠିତ କଂଶ ମହିପାଳ ନୀତି

ଆଖଣ୍ଡଳମଣିଙ୍କ ପୀଠରେ ନିଆରା ଭାବେ ଜନ୍ମାଷ୍ଟମୀ ନୀତି, ମଧ୍ୟରାତ୍ରରେ ଅନୁଷ୍ଠିତ କଂଶ ମହିପାଳ ନୀତି

2

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଜନ୍ମାଷ୍ଟମୀ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇଉଠିଥିଲା ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ। ଭୋର ୫ଟାରେ ବାବାମଣିଙ୍କର ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିଲା। ପରେ ଜନ୍ମାଷ୍ଟମୀ ନୀତି ନିମନ୍ତେ ପୀଠର ନିଧିପାଢୀ ସାହି ସହ ଜଗନ୍ନାଥ ମନ୍ଦିର, ମହାପାତ୍ର ସାହି, ଡିହସାହିର ରସିକନାଗର ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ହରିବଂଶ ପୁରାଣ ପଠନ, ଘଟସ୍ଥାପନ , ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ଉପଚାର ପୂଜା ସହ ବିଭିନ୍ନ ୍େୱଞନରେ ପ୍ରସ୍ତୁତ ଭୋଗ ସହ ହୋମ ଆଳତୀ କରାଯାଇ ପୌରାଣିକ ଅନୁଯାୟୀ ମଧ୍ୟରାତ୍ରରେ ଭଗବାନ କୃଷ୍ଣଙ୍କର ଜନ୍ମ ଉତ୍ସବ ହେବା ପରେ ଏକ ସୁସଜ୍ଜିତ ବିମାନରେ ଭଗବାନ କୃଷ୍ଣଙ୍କୁ ବିଜେ କରାଇ ଘଂଟାକିର୍ତନ, ଛତ୍ର ଆଲଟ, ଚାମର ଦ୍ୱାରା ସେବକ ଶୁସାନ୍ତ ତ୍ରିପାଠୀ ୍ୱସୁଦ୍ୱେ ଭାବେ ବାବାଙ୍କ ମନ୍ଦିରକୁ ନେବା ସମୟରେ ପୂର୍ବରୁ ଅପେକ୍ଷା କରିଥିବା ସେବାୟତ ଅଶିତ ପାଢୀ ଉଗ୍ରେସେନ ଭାବେ ବାଟ ଓଗାଳି ଥିଲେ, ପରେ ଭଗବାନ କୃଷ୍ଣଙ୍କ ଜନ୍ମଦିନରେ ନିଆରା ଭାବେ କଂଶ ମହିପାଳ ନୀତି ଅନୁଷ୍ଠିତ ହୋଇଥିଲା। ଏହି ନିଆରା କଂଶ ମହିପାଳ ନୀତି ଦେଖିବା ପାଇଁ ବାବାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.