Home ଜିଲ୍ଲା ପରିକ୍ରମା ଆଓମା ର ସ୍ୱତନ୍ତ୍ର ଆତ୍ମରକ୍ଷା କଳା କୌଶଳ କାର୍ଯ୍ୟକ୍ରମ ଉଦଘାଟିତ

ଆଓମା ର ସ୍ୱତନ୍ତ୍ର ଆତ୍ମରକ୍ଷା କଳା କୌଶଳ କାର୍ଯ୍ୟକ୍ରମ ଉଦଘାଟିତ

101

ମାଲକାନଗିରି, ୨୮ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ) ର ସ୍ୱତନ୍ତ୍ର ଆତ୍ମରକ୍ଷା କଳା କୌଶଳ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି। ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପରିସରରେ ଆଓମା ର ସଭାପତି ରତ୍ନାକରଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥିଭାବେ ମାଲକାନଗିରି ଏସବିଆଇ ବ୍ୟାଙ୍କ ଶାଖା ମୁଖ୍ୟପରିଚାଳକ ନିହାର ରଂଜନ ମହାନ୍ତି, ମୁଖ୍ୟବକ୍ତା ଭାବେ ଜିଲ୍ଲା ଯୁବରେଡକ୍ରସ ସଂପାଦକ ତଥା ଅଧ୍ୟାପକ ଡଃ ରଜଂନକୁମାର ସ୍ୱାଇଁ ଯୋଗଦେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନେ କେବଳ ପାଠପଢି ପୁସ୍ତକ କିଟ ହୋଇ ରହିଲେ ହେବ ନାହିଁ, ପାଠ ସହିତ ଶାଠର ଆବଶ୍ୟତକା ରହିଛି, ଶିକ୍ଷାକୁ ଗୁରୁତ୍ୱ ଦେବାସହିତ ସବୁପ୍ରକାର କ୍ରୀଡା ଜାଣିବା ଆବଶ୍ୟକତା ରହିଛି। ମାର୍ଶଲଆର୍ଟ ଓ ଜୁଡୋ ଏମିତି ଏକ କଳା ଯାହାକି ବିନା ଅସ୍ତ୍ରରେ ନିଜର ଆତ୍ମରକ୍ଷା ସହିତ ଅନ୍ୟକୁ ସୁରକ୍ଷା ଦେଇପାରେ ବୋଲି ମଚାଂସିନ ଅତିଥି ମାନେ କହିଥିଲେ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର କେତେଜଣ ଅନାଥ ପିଲାଙ୍କୁ ଆଓମା ଏକାଡେମୀରେ ଆଶ୍ରୟଦେଇ ଏହି ସଂସ୍ଥାର ମୁଖ୍ୟ ବିନାଶ କୁମାରମିଶ୍ର କିପରି ଦୁଃଖ କଷ୍ଟ ସହି ବହୁତ ଝଡ ଝଜାଂରେ ଏହି ସଂସ୍ଥା ଚଳାଇଛନ୍ତି, ଏହି ଏକାଡେମୀର କିଛି ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ, ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତାରେ ଭାଗନେଇ ଅନେକ ଥର ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଚଂ ପଦକ ହାସଲକରି ରାଜ୍ୟ ଓ ଜିଲ୍ଲାର ଗୌରବ ବଢାଇଛନ୍ତି ବୋଲି ମାର୍ଶଲଆର୍ଟ ଏକାଡେମୀର ପୁରାତନ ଛାତ୍ର ଚନ୍ଦ୍ରଶେଖର ପୁଜାରୀ ସୂଚନା ଦେଇଥିଲେ। ଏହି ଅବସରରେ ଏକାଡେମୀର ଛାତ୍ର ଛାତ୍ରୀ ମାନେ ମାର୍ଶଲ ଆର୍ଟ ଓ ଜୁଡୋ ଆତ୍ମରକ୍ଷା କଳା କୌଶଳ ପ୍ରଦର୍ଶନ ସହ ସ୍ୱଚ୍ଛ ଭାରତ ଉପରେ ଏକ ଭିନ୍ନଶୈଳିର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏକାଡେମୀର ଲିଙ୍ଗାରଜ ଦୋରା, ସରିତା ହରିଜନ, ରଶ୍ମିମାଡକାମି, ରାମ ମାଡକାମି, ନକୁଳ କ୍ରୀସାନୀ, ଆକାଶ ପଡିଆମି, ପ୍ରମୁଖ ୫୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି କାଯ୍ୟକ୍ରମ ପରିଚାଳନା କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.