Home ଓଡ଼ିଶା ଆଇନଜୀବୀ ମାନେ ଆସନ୍ତା ୪ ତାରିଖରୁ ହାଇକୋର୍ଟ ସମେତ ସମସ୍ତ କୋର୍ଟ କାର୍ଯ୍ୟରେ ଯୋଗଦେବେ

ଆଇନଜୀବୀ ମାନେ ଆସନ୍ତା ୪ ତାରିଖରୁ ହାଇକୋର୍ଟ ସମେତ ସମସ୍ତ କୋର୍ଟ କାର୍ଯ୍ୟରେ ଯୋଗଦେବେ

97

କଟକ୧ା୧୧(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ) ଆଜି ଅପରାହ୍ନରେ ହାଇକୋର୍ଟ ବାର ଆସୋସିଏସନ୍‌ର ବସିଥିବା ଜରୁରୀକାଳୀନ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇ ଆସନ୍ତା ୪ ତାରିଖରୁ କୋର୍ଟ କାର୍ଯ୍ୟରେ ଆଇନଜୀବୀ ମାନେ ଯୋଗ ଦେବା ପାଇଁ ନିଷ୍ପର୍ତ୍ତି ନିଆଯାଇଥିବା ବାର ଆସୋସିଏସନ୍‌ର ସଭାପତି ଗୋପାଳକୃଷ୍ଣ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କଲେଜିୟମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ରାଜ୍ୟ ହାଇକୋର୍ଟର ଓକିଲମାନେ ଆନ୍ଦୋଳନ କରୁଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ସମ୍ବିଧାନର ବିରୁଦ୍ଧାଚରଣ କରୁଥିବା ଦର୍ଶାଇଥିଲେ ଏବଂ ଆବଶ୍ୟକ ପଡିଲେ କୋର୍ଟ ଚଳାଇବା ପାଇଁ ପାରା ମିଲିଟାରୀ ସହାୟତା ନିଆଯିବ ବୋଲି କହିଥିଲେ।

ପରେ ସୁପ୍ରିମକୋର୍ଟ ଭାରତୀୟ ବାର କାଉନସିଲକୁ ହସ୍ତକ୍ଷେପ ପାଇଁ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟ ବାର କାଉନସିଲ ଉପରେ ଚାପ ବଢିଥିଲା। ଭାରତୀୟ ବାର କାଉନସିଲର ଅନୁରୋଧ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆମେ କାର୍ଯ୍ୟରେ ଯୋଗ ଦେଲେ ମଧ୍ୟ ଦାବିରେ ଅଟଳ ରହିଛୁ। କଲେଜିୟମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଆମ ଦାବି ଜାରି ରହିବ। ଦାବି ପୂରଣ ପାଇଁ ଆମେ ଅନ୍ୟ ପନ୍ଥା ଗ୍ରହଣ କରିବୁ। ଏଥିପାଇଁ ଆମେ ଅନ୍ୟ ହାଇକୋର୍ଟ ବାର୍‌ର ସମର୍ଥନ ଲୋଡିବୁ ବୋଲି ଆସୋସିଏସନ୍ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.