Home ଜିଲ୍ଲା ପରିକ୍ରମା ଆଇନଜୀବୀ ଦିବସରେ ଉତ୍କଳ ଗୌରବଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

ଆଇନଜୀବୀ ଦିବସରେ ଉତ୍କଳ ଗୌରବଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି

28

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ୍‌) ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ‘ଆଇନଜୀବୀ ଦିବସ’ ପାଳନ କରାଯାଇଛି । ଏହି ଅସବରରେ ମଧୁବାବୁଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭା ଆରମ୍ଭ କରାଯାଇଥିଲା । ଭଦ୍ରକ ଓକିଲ ସଂଘ ଏବଂ କିରଣବାଳା ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ଭବ୍ୟ ଉତ୍ସବରେ ଭଦ୍ରକ ଓକିଲ ସଂଘର ସଭାପତି ଆଜୀବନ ସଂଗ୍ରାମୀ ବରିଷ୍ଠ ଅଧିବକ୍ତା ନିରାକାର ଜେନା ପୌରୋହିତ୍ୟ କରିଥିଲେ । ମଧୁବାବୁ ଥିଲେ ‘ଉତ୍କଳର ମଉଡ଼ମଣି, ପ୍ରଚଣ୍ଡ ସ୍ୱାଭିମାନୀ, ପ୍ରଥମ ଓଡ଼ିଆ ଓକିଲ, ବାରିଷ୍ଟର ଏବଂ ପ୍ରଥମ ଓଡ଼ିଆ ମନ୍ତ୍ରୀ ଭାବେ ସର୍ବଜନ ବିଦିତ । ଅଖଣ୍ଡ ଓଡ଼ିଆ ଭାଷା ଭିତ୍ତିକ ରାଜ୍ୟ ଗଠନ ଭୂମିକାରେ ଥିଲେ ଅଗ୍ରଗଣ୍ୟ । ଜମିଦାର ଘରେ ଜନ୍ମ ଗ୍ରହଣ କରି ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ମୃତ୍ୟୁ ଶଯ୍ୟା ନିକଟରେ ବତୀ ଜାଳିବା ପାଇଁ ଅର୍ଥ ନଥିଲା ତାଙ୍କ ପାଖରେ । ମୃତ୍ୟୁ ପୂର୍ବରୁ ମଧୁବାବୁ ଜାଣିଥିଲେ ଉତ୍କଳ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କରି ପାରିବ । ଆଇନଜୀବୀ ହିସାବରେ ମହିଳାମାନଙ୍କୁ ଆଇନ ପେଶାରେ ପ୍ରବେଶ କରାଇବା ମଧୁବାବୁଙ୍କ ଜୀବନର ଏକ ଐତିହାସିକ ଦିଗ । ଆଜି ସାରା ରାଜ୍ୟର ଆଇନଜୀବୀମାନେ ଏହି ସ୍ୱାଭିମାନୀ ପୁରୁଷ ବାଗ୍ମୀ ତଥା ସ୍ୱାଧିନତା ସଂଗ୍ରାମୀଙ୍କ ଜନ୍ମ ଦିବସକୁ ‘ଆଇନଜୀବୀ ଦିବସ’ ଭାବେ ପାଳନ କରୁଛନ୍ତି ବୋଲି ଉକ୍ତ ଉତ୍ସବରେ ଅତିଥି ଭାବେ ଭଦ୍ରକର ମାନ୍ୟବର ଜିଲ୍ଳା ଓ ଦୌରାଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ ମତବ୍ୟକ୍ତ କରିଥିଲେ । ସଭାରେ ସଭାପତିତ୍ୱ କରୁଥିବା ଶ୍ରୀଯୁକ୍ତ ଜେନା ତାଙ୍କ ବକ୍ତବ୍ୟରେ ମଧୁବାବୁଙ୍କ ଜୀବନୀକୁ ରାଜ୍ୟ ସ୍ମାରକୀ ଭାବେ ଗ୍ରହଣ କରିବାକୁ ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀ ଯୋଗ ଦେଇ ମଧୁବାବୁଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାକୁ ଆଇନଜୀବୀଙ୍କୁ ପରାମର୍ଶ ଦେଇଥିଲେ । ସଭାରେ ଆଇନ୍‌ଜୀବୀ ତଥା ବିଶିଷ୍ଟ ଶିଳ୍ପପତି ସମାଜସେବୀ ରାମଚନ୍ଦ୍ର ବେହେରା, ଓକିଲ ସଂଘର ସାଧାରଣ ସମ୍ପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଗିରିଧାରୀ ନାଥ, ପବନ ଶର୍ମା, ଗଦାଧର ବଳ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ସାମଲ, କରୁଣାକର ଦାସ ପ୍ରମୁଖ ଆଇନଜୀବୀମାନେ ସଂବିଧାନ ଓ ନ୍ୟାୟପାଳିକା ସମ୍ପର୍କୀତ ଶୀର୍ଷକ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ୩୫ଜଣ ବରିଷ୍ଠ ଆଇନଜୀବୀ ଏବଂ ପୂର୍ବତନ କର୍ମକର୍ତ୍ତାଙ୍କୁ ଓକିଲ ସଂଘ ଓ କିରଣବାଳା ସ୍ମୃତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓକିଲ ସଂଘ ପକ୍ଷରୁ ଜିଲ୍ଲ ଜଜ୍ ଓ ଦୌରାଜଜ୍ ଶ୍ରୀଯୁକ୍ତ ନାୟକ ଓ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍‌ଙ୍କୁ ଉପଢୌକନ ଓ ସ୍ମାରକୀ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓକିଲ ସଂଘର ଉପସଭାପତି ମନୋରଂଜନ ଦାସ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଦିବ୍ୟସିଂହ ନାୟକ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଏହି ସଭାରେ ବରିଷ୍ଠ ଆଇନ୍‌ଜୀବୀ ଗଦାଧର ବଳ ଆଇନ୍‌ଜୀବୀ ତଥା ଶିଳ୍ପପତି ଶ୍ରୀ ବେହେରାଙ୍କ ଧରମ ପତ୍ନୀ ଦିବଂଗତ କିରଣବାଳାଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ସହ ସମ୍ପାଦକ ଗିରିଜା ଶଙ୍କର ଦାସ, ପୂର୍ବତନ ସମ୍ପାଦକ ବିଜନ କୁମାର ଜେନା, ସୌମଭ ଦେ, ଧିରେନ୍ଦ୍ର କୁମାର ରାୟ, ଯୁବ ଆଇନଜୀବୀ ପୀୟୁଷ ଅମ୍ରିତ ନାୟକ, କୌଶିକ ଦାସ, ଅନଙ୍ଗ ମଞ୍ଜରୀ ନାୟକ, ସି୍ନଗ୍ଧା ଜେନା, ସଞ୍ଜୟ ନାୟକ, ମାଳିନୀ ଦାସ, ଗୁରୁଜ୍ୟୋତି ମହାନ୍ତି ଓ ଓକିଲ ସଂଘର କର୍ମକର୍ତ୍ତା ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିବା ବେଳେ କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.