Home ଜିଲ୍ଲା ପରିକ୍ରମା କରୋନା ସଚେତନତା ବାର୍ତାଦେଇ ଗ୍ରାମ ସଫେଇ କରି ଭିନ୍ନଶୈଳିରେ ଆଦିବାସୀ ପାଳିଲେ ହୋଲି ଉତ୍ସବ

କରୋନା ସଚେତନତା ବାର୍ତାଦେଇ ଗ୍ରାମ ସଫେଇ କରି ଭିନ୍ନଶୈଳିରେ ଆଦିବାସୀ ପାଳିଲେ ହୋଲି ଉତ୍ସବ

304

ମାଲକାନଗିରି,୧୧ା୩ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ରଙ୍ଗର ପବ ର୍ହୋଲି । ଜାତି ବଣ୍ଣ ର୍ ,ଧର୍ମ, ବଡ ସାନ ନିବି ର୍ଶେଷରେ ସମସ୍ତେ ନିଜ ନିଜ ମଧ୍ୟରେ କେମିକାଲ ରଙ୍ଗବଦଳରେ ପାରମ୍ପାରିକ ଅଭିର ରଙ୍ଗ ବୋଳାବୋଳି ହୋଇ ନାଚଗୀତ ମଧ୍ୟରେ ପାଳିଛନ୍ତି ଏହି ମହାନ ଗଣ ପବ ର୍ । ଅସତ୍ୟ ଉପରେ ସତ୍ୟର ବିଜୟ,ଅନ୍ୟାୟ ଉପରେ ନ୍ୟାୟର ରାଜୁତି ପାପକୁ ଦୂରେଇ ପୂଣ୍ୟକୁ ଆପଣେଇ ବା ସହିତ ଗ୍ରାମସଫେଇ କରି କରୋନା ଭୁତାଣୁର ଭୟ ଦୁର ପାଇଁ ମାଲକାନଗିରି ଜିଲ୍ଲା ପେଦାଓ୍ୟାର୍ଡା ପଚାଂୟତ ବରଜା ଗ୍ରାମର ଶତାଧିକ ଆଦିବାସୀ ମହିଳା,ପୁରୁଷ ଓ ଯୁବକ ଯୁବତୀ ମାନେ ଭିନ୍ନଶୈଳିରେ ପାଳିଛନ୍ତି ହୋଲି ଉତ୍ସବ । ସମଗ୍ର ବିଶ୍ୱରେ କରୋନାର ଭୟ ଓ ଆତଙ୍କ ଦେଖାଦେଇଥିବା ବେଳେ ବରଜା ଗ୍ରାମବାସୀ ହୋଲିଉତ୍ସବ ଦିନ ହାତରେ କୋଦାଳ,କୋଡି ପାଛିଆ ଧରି ଆଗେଇ ଆସିଥିଲେ ଗ୍ରାମର ପୋଖରୀ, ନାଳ ନର୍ଦ୍ଦମା,ନଳକୂପ,ସ୍କୁଲ ନିକଟରେ ଜମିଥିବା ଅଳିଆ ଆବର୍ଜନାକୁ ସଫାକରିବା ପାଇଁ । ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରାୟ ୩୦୦ରୁ ଉର୍ଦ୍ଦ ମହିଳା,ପୁରଷ,ଛୁଆ ପିଲା ସମସ୍ତେ ଏକ ବିରାଟ ସୋଭା ଯାତ୍ରାରେ ଗ୍ରାମପରିକ୍ରମା କରି କରୋନା ଭୁତାଣୁ ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହିତ ଗାଁ ସଫେଇ କରିବା ପାଇଁ ପରାମର୍ଶ ଦେଇଥିଲେ । ସଫେଇ କାର୍ଯ୍ୟପରେ ହାତ ମୁହଁ ଧୋଇ ନିଜ ନିଜ ମଧ୍ୟରେ ସ୍ୱଦେଶୀ ପାରମ୍ପାରିକ ରଙ୍ଗ ଅଭିର, ହଳଦୀ ଗୁଣ୍ଡରେ ହୋଲିଖେଳିଥିଲେ । ଠିକ ସେହିପରି ମାଲକାନଗିରି ସହରରେ ଯୁବଗୋଷ୍ଠିମାନେ ହୋଲିଖେଳ ସହିତ ଦଧିହାଣ୍ଡି ଭଙ୍ଗାର ପ୍ରତି ଯୋଗିତା କରିଥିଲେ । ଅନୁରୁପ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରେ ପବିତ୍ର ହୋଲି ଉତ୍ସବ ଅବସରରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଭିନ୍ନ ଶୈଳିରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସହରବାସୀ ଙ୍କ ସହିତ ହୋଲି ଉତ୍ସବ ମନାଇଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରି କର୍ମଚାରୀ ଓ ସହରବାସୀ ମାନେ ଆଡମ୍ବର ସହକାରେ ବାଦ୍ୟ ଓ ନୃତ୍ୟ ର ତାଳେ ହୋଲି ଉତ୍ସବକୁ ପାଳନ କରିଛନ୍ତି । ଏହି ଅବସରରେ ରାସାୟନିକ ରଙ୍ଗର କୁ ପ୍ରଭାବ ଓ ତାର ପରିଣତି ସଂପର୍କରେ ଏକ ଜନ ସେଚତନାତାର ବାର୍ତା କୁ ଜୈବିକ,ହର୍ବାଲ ରଙ୍ଗ ଅଭିରରେ ସଜାଇ ଯାଇଥିଲା । ନାଲି, ନେଳି,ବାଇଗଣି,ସବୁଜ,ହଳଦିଆ ସାତ ପ୍ରକାର ଅଭିର ରଙ୍ଗ ଧରି ନିରକ୍ଷରତାର ଅଜ୍ଞାନ ଅନ୍ଧାରକୁ ସାମନାକରି ଆଲୋକର ବର୍ତିକା ଦେଖାଇ ସମସ୍ଥଙ୍କ ମଧ୍ୟରେ ସାକ୍ଷରତା ,ଆତ୍ମବିଶ୍ୱାସ,ଶାନ୍ତୀ,ମୈତ୍ରୀ ଓ ଭାଇଚାରା ର ବାର୍ତା ଥିଲା,କେମିକାଲ ରଙ୍ଗ,ଚାଇନା ରଙ୍ଗ ବର୍ଜନ କରି କେବଳ ସ୍ୱଦେଶିୟ,ଜୈବିକ,ହର୍ବାଲ ରଙ୍ଗ ଓ ଅଭିରରେ ନିଜ ନିଜ ମଧ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସମସ୍ତେ ହୋଲି ଖେଳିଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ସମସ୍ତଙ୍କୁ ମିଷ୍ଟାନ ବଟଂନ କରି ହୋଲିଉତ୍ସବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଠିକ ସେହି ପରି ଏସପି ଙ୍କ କାର୍ଯ୍ୟାଳୟ ପରିସରରେ ପବିତ୍ର ହୋଲି ଉତ୍ସବ ଅବସରରେ ଏସପି ରିଶିକେଶ ଡି ଖିଲାରୀ ଜିଲ୍ଲାସ୍ତରୀୟ ଅଧିକାରୀ,ସରକାରି କର୍ମଚାରି,ସାମ୍ବାଦିକ,ବୁଦ୍ଧିଜିବୀ, ବରିଷ୍ଟନାଗରିକ ଓ ସହରବାସିଙ୍କ ସହିତ ହୋଲିଖେଳି ସମସ୍ଥଙ୍କୁ ପବିତ୍ର ହୋଲିପବ ର୍ର ବଧାଇ ଜଣାଇ ମିଷ୍ଟାନ ବଟଂନ କରିଥିଲେ । ଅନୁରୁପ ମାଲକାନଗିରି ଠାରେ ଥିବା ଗୁରପ୍ରୀୟା, ସପ୍ତଧାରା, ସିଲେରୁ,ସହିଦ ଲକ୍ଷ୍‌ମଣନାୟକ, ମାଲ୍ୟବନ୍ତ ,ନବପ୍ରଭାତ ଛାତ୍ର ବାସର ପ୍ରାୟ ୬୦୦ରୁ ଉର୍ଦ୍ଦ ଛାତ୍ର ଛାତ୍ରୀ ମାନେ ନିଜକୁ କେବେ ବି ଅନାଥ କି ଗରିବ ବୋଲି ନ ଭାବି ଜିଲ୍ଲାସ୍ତରୀୟ ଅଧିକାରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆନନ୍ଦରେ ହୋଲିଖେଳର ମଜାନେଇଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ଭଜନ ଓ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିବା ସହିତ ବିଭିନ୍ନ ସାସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଜିଲ୍ଲା ମହାଶ୍ୱରୀ ଯୁବସଙ୍ଗଠନ ର ସଭାପତି ବିନୋଦ ଟାଉରୀ ଙ୍କ ନେତୃତ୍ୱରେ ଶତାଧିକ ମାରୁଓ୍ୟାଡ ର୍ିସଂପ୍ରଦାୟ ଓ ମାହଶ୍ୱରୀ ଯୁବସଂଗଠନର ଯୁବକ, ଯୁବତୀ ଓ ମହିଳା ପରୁଷ ମାନେ ହୋଲିକା ଦହନ କରି ଉତ୍ସବ ମନାଇଥିଲେ । ବିଭିନ୍ନ ମନ୍ଦିରରେ ହୋଲିପବ ର୍ ଅବସର ରେ ନାମ ଶଙ୍କିର୍ତନ ସହିତ ଦରିଦ୍ରନାରାୟଣ ସେବା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ପୋଟେରୁ ପବିତ୍ର ନଦୀକୂଳରେ ଥିବା ହରିଚାନ୍ଦ ଗରୁଚାନ୍ଦ,ନରନରାୟଣ ଆଶ୍ରମ ପରିସରରେ ଗତ ତନିଦିନ ଧରି ଆଡମ୍ବର ସହକାରେ ବଙ୍ଗୀୟ ସଂପ୍ରଦାୟଙ୍କ ସହିତ ଅନ୍ୟାନ ସଂପ୍ରଦାୟ ମାନଙ୍କ ମଧ୍ୟରେ ହୋଲିପବ ର୍ ପାଳିତ ହୋଇ ଯାଇଛି । ଏହି ହୋଲି ଉତ୍ସବରେ ଓଡିଶା,ପଶ୍ଚିମବଙ୍ଗ, ଆନ୍ଦ୍ରପ୍ରଦେଶ,ତେଲାଙ୍ଗାନା,ଛତିଶଗଡ ରାଜ୍ୟ ତଥା ବାଙ୍ଗଲାଦେଶ ରୁ ଲକ୍ଷ୍ୟାଧିକ ଭକ୍ତମାନଙ୍କ ସମାଗମ ହୋଇଥିଲା । ଆଶ୍ରମ ପକ୍ଷରୁ ସମସ୍ଥ ଭକ୍ତ ମାନଙ୍କତ ପାଇଁ ତିନିଦିନ ଧରି ଅର୍ନପ୍ରସାଦ ସହ ରାତ୍ରରହଣିର ବ୍ୟବସ୍ଥାକରାଯାଇଥିଲା । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ସାଙ୍ଗକୁ ମିନାବଜାର ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ ଭକ୍ତ ଓ ଦର୍ଶକମାନେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.