Home ଜିଲ୍ଲା ପରିକ୍ରମା ଅଶୋକ ମହାନ୍ତି ଥିଲେ ଅନନ୍ୟ ଚିତ୍ରଶିଳ୍ପୀ

ଅଶୋକ ମହାନ୍ତି ଥିଲେ ଅନନ୍ୟ ଚିତ୍ରଶିଳ୍ପୀ

16

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର ଏକ ଶ୍ରଦ୍ଧାଞ୍ଜଳି ସଭା ଡ. ଗୋଲକ ବିହାରୀ ସାହୁଙ୍କ ସାବିତ୍ରୀ ସଦନଠାରେ ଅନୁଷ୍ଠିତ ହୋଇ ଯାଇଛି। ଡ. ରାଧାରାଣୀ ମହାପାତ୍ର ପୌରୋହିତ୍ୟରେ ଅନେକ ବିଶିଷ୍ଟ ସାହିତ୍ୟିକ ଓ ବୁଦ୍ଧିଜିବୀ ଉପସ୍ଥିତ ରହି ୰ ଅଶୋକ କୁମାର ମହାନ୍ତିଙ୍କ ବହୁବିଧ ପ୍ରତିଭା ଉପରେ ଆଲୋଚନା ରଖିଥିଲେ। ଡ. ଶଶଧର ଦାସ ମୁଖ୍ୟ ଅତିଥି, ଡ. ଗୋଲକ ବିହାରୀ ସାହୁ ସମ୍ମାନିତ ଅତିଥି, ହରିଶ ଦାସ, ବିଜୟ କୁମାର ବହଳୀ ଅନ୍ୟତମ ଅତିଥିଭାବେ ଯୋଗଦାନ କରି ଶିଳ୍ପୀର ମୃତ୍ୟୁ ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ୰ ଅଶୋକ କୁମାର ମହାନ୍ତି ଏକାଧାରାରେ ଜଣେ ଚିତ୍ରଶିଳ୍ପୀ, ଶିଶୁ ସାହିତ୍ୟିକ, କବି, ପ୍ରାବନ୍ଧିକ, ଅଭିନେତା, ଶିକ୍ଷକଭାବେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ ବୋଲି ଆଲୋଚନା ରଖିଥିଲେ। ପ୍ରଭାତ କୁମାର ଜେନା, ରତିକାନ୍ତ ବେହେରା, ଗୌରାଙ୍ଗ ବାରିକ, ଖଗେଶ୍ୱର ଜେନା, ମୁକ୍ତିକାନ୍ତ ମଲ୍ଲିକ, ଶାନ୍ତନୁ ରାଉତ, ଡ. ଅବନୀ ପ୍ରଧାନ, ନିର୍ମଳ ରାଉତ, ଅରୂପାନନ୍ଦ ନାୟକ, ଗୋକୁଳାନନ୍ଦ ରାଉତ, ଭାନୁମତୀ ମାଟିଆ, ଦୀପ୍ତିମୟୀ ସାହୁ. ଗୀତାରାଣୀ ଆଇଚ, ଦମୟନ୍ତୀ ନାଥ, ପ୍ରିତୀଲତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ସାହିତ୍ୟ ପରିଷଦର ଏହି ବରିଷ୍ଠ ସଭ୍ୟଙ୍କ ଅବର୍ତ୍ତମାନ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଥିଲା ବୋଲି ସମସ୍ତ ସଭ୍ୟ ସଭ୍ୟା ମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.