Home ଜିଲ୍ଲା ପରିକ୍ରମା ମହାମହିମ ରାଷ୍ଟ୍ରପତିଙ୍କ ଉପରେ ଭାରତର ପ୍ରଥମ ପୁସ୍ତକ ଲୋକାର୍ପିତ

ମହାମହିମ ରାଷ୍ଟ୍ରପତିଙ୍କ ଉପରେ ଭାରତର ପ୍ରଥମ ପୁସ୍ତକ ଲୋକାର୍ପିତ

24

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ବିରଳ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ, ନବ ଭାରତ ନିର୍ମାତା, ରାଷ୍ଟ୍ରର ଜାଗ୍ରତ ପ୍ରହରୀ, ବିଚକ୍ଷଣ ଧୀଶକ୍ତି ସଂପନ୍ନ ବ୍ୟକ୍ତିତ୍ୱ, ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିବା ପ୍ରତିଭାଧର ଯୁଗଜନ୍ମା ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସରେ ଭାରତର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ମୃଦୁଳା ଠାକୁର (ପ୍ରଧାନ) ଙ୍କ କରକମଳରେ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ରଚିତ ୫ ଗୋଟି ପୁସ୍ତକ ଲୋକାର୍ପିତ ହୋଇଛି। ଶ୍ରୀ ମହାପାତ୍ରଙ୍କ ଦ୍ୱାରା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସର୍ବପ୍ରଥମ ଜୀବନୀ ପୁସ୍ତକ ‘କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ’ ଲୋକାର୍ପିତ ହୋଇଛି। ଏହି ପୁସ୍ତକ ଜାତି ଉଦ୍ଦେଶ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ଉପରେ ସର୍ବପ୍ରଥମ ପୁସ୍ତକ ଲୋକାର୍ପିତ ହେଲା ବୋଲି ଉପସ୍ଥିତ ବକ୍ତାମାନେ ନିଜ ନିଜର ମତ ରଖିଥିଲେ।

ସମାଜସେବୀ ତଥା ସୁସଂଗଠିକା ହରପ୍ରିୟା ସାହୁଙ୍କ ସଂଯୋଜନାରେ ସମାଜ ସଂସ୍କାରିକା ମୃଦୁଳା ଠାକୁରଙ୍କ ଦ୍ୱାରା ପଣ୍ଡିତ ମହାପାତ୍ରଙ୍କ ରଚିତ ୫ ଗୋଟି ପୁସ୍ତକ ‘କଳିଙ୍ଗ କନ୍ୟା ଦ୍ରୌପଦୀ ମୁର୍ମୁ’, ‘ରାଷ୍ଟ୍ରର ଜାଗ୍ରତ ପ୍ରହରୀ ନରେନ୍ଦ୍ର ମୋଦି’, ‘ନବ ଭାରତର ନିର୍ମାତା ନରେନ୍ଦ୍ର ମୋଦି’, ‘ପ୍ରଗତିର ସାରଥୀ ଧର୍ମେନ୍ଦ୍ର ପ୍ରଧାନ’ ଓ ‘ରାଜର୍ଷି ଅଟଳ ବିହାରୀ ବାଜପେୟୀ’ ଲୋକାର୍ପିତ ହୋଇଛି। ପୁସ୍ତକର ଅଗ୍ରଣୀ ପ୍ରକାଶିକା ଶକୁନ୍ତଳା ଘଡେଇ (ଉମା ବୁକସ୍‌) ଅତିଥି ପରିଚୟ ଦେଇଥିବାବେଳେ ସମାଜ ସଂସ୍କାରକ ସୁଧୀର ସାହୁ ସ୍ୱାଗତ ବକ୍ତବ୍ୟ ରଖିଥିଲେ। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ସୁଧୀରଙ୍କ ସାଧନା ପ୍ରସୂତ ୫ ଗୋଟି ପୁସ୍ତକକୁ ଲୋକାର୍ପଣ କରି ଶ୍ରୀମତୀ ଠାକୁର ଲେଖକ ଶ୍ରୀ ମହାପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ ଲୋକାର୍ପଣ ସଭାରେ ସମାଜସେବୀ ସୁଧୀର ସାହୁ, ଆଶାଲତା ବେହେରା, ତୁଳସୀରାମ ଜଗତ, ବିନୋଦିନୀ ସାହୁ, ହରପ୍ରିୟା ସାହୁ, ଉମା ବୁକସ୍‌ର ପ୍ରକାଶିକା ଶକୁନ୍ତଳା ଘଡେଇ, ଜିଟିଭିର ସାମ୍ବାଦିକା ସୌମ୍ୟାଶ୍ରୀ ଜେନା, ବରିଷ୍ଠ ସାମ୍ବାଦିକ ଅନୀଲ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସମାଜସେବୀ ତଥା ସଂଗଠକ ସୁଧୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.