Home ଓଡ଼ିଶା ଅବହେଳିତ ନଳଗୋହିରା ପଂଚାୟତର ନୂଆଗାଁ, ୩ଶହ ଲୋକଙ୍କ ପାଇଁ ୧ ନଳକୂପ, ଆଜି ଭଳି ଦିନରେ...

ଅବହେଳିତ ନଳଗୋହିରା ପଂଚାୟତର ନୂଆଗାଁ, ୩ଶହ ଲୋକଙ୍କ ପାଇଁ ୧ ନଳକୂପ, ଆଜି ଭଳି ଦିନରେ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ

34

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ପଂଚାୟତ ସମିତି ଅଧିନସ୍ଥ ନଳଗୋହିରା ପଂଚାୟତ ର ନୂଆଗାଁ ଆଜି ଭଳି ଦିନରେ ଅବହେଳିତ ହୋଇ ପଡିଛି। ଲୋକ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ହିଁ ଏହି ବିନାଶ ମୁଖ୍ୟମନ୍ତ୍ରୀ ବୋଲି ସାଧାରଣରେ ଅଭିଯୋଗ ହୋଇଛି। ୧୯୯୨ ମସିହାରେ ଚରଦିଆ ପଂଚାୟତରୁ ବିଭାଜନ ହୋଇ ନଳଗୋହିରା ଏକ ପଂଚାୟତ ଭାବରେ ଘୋଷଣା ହୋଇଥିଲା। ଏହାର ଏକମାତ୍ର କାରଣ ଏହି ପଂଚାୟତକୁ ସ୍ୱାବଲମ୍ବୀ କରିବା ସହ ଏହି ପଂଚାୟତ ଅଧିନସ୍ଥ ସମସ୍ତ ଗ୍ରାମକୁ ସ୍ୱାଧୀନ ଭାବରେ ଗଢି ତୋଳିବା। ମାତ୍ର ବିକାଶର ଦ୍ୱାର ଦେଶରେ ସରକାର କରିଥିବା ଚିନ୍ତାଧାରା ବିନାଶ ଆଡକୁ ଅଗ୍ରସର ହେବାରେ ଲାଗିଛି। ଏହି ପଂଚାୟତ ମୁଖ୍ୟ ରାସ୍ତାରୁ ମାତ୍ର ୧ କି.ମି ଦୂରରେ ଥିବା ନୂଆଗାଁ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣରେ ସରକାରଙ୍କ ପାତର ଅନ୍ତର ନିତି କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଗ୍ରାମରେ ବସବାସ କରୁଥିବା ୨୫୦ ସ୍ଥାୟୀ ବାସିନ୍ଦାଙ୍କ ପାଇଁ ୨ଟି ନଳକୂପ ସରକାର ଯୋଗାଇ ଦେଇଛନ୍ତି। ଏହି ନଳକୂପ ବହୁ ସମୟରେ ଖରାପ ହୋଇ ପଡୁଥିବା ବେେ ଏହି ଗ୍ରାମର ପୁରୁଷ ଦୀର୍ଘ ୧କି.ମି ଦୂରକୁ ଯାଇ କାନ୍ଧ ଭାରରେ ଏବଂ ମହିଳା ମାନେ ମୁଣ୍ଡରେ ପାଣି ଆଣିଥାନ୍ତି।

ସାଧାରଣ ବାସିନ୍ଦା ଚାନ୍ଦବାଲି ସଦର ମହକୁମାକୁ ଯିବାକୁ ହେଲେ ଏହି ଏକ କି.ମି ରାସ୍ତା ବହୁ କଷ୍ଟରେ ପାର ହୋଇଥାନ୍ତି ଏବଂ ଏହି ରାସ୍ତା ଟିକକ ମଧ୍ୟ ସବୁଦିନିଆ ଯାତାୟତ ପାଇଁ ନିର୍ମାଣ ହୋଇ ପାରି ନାହିଁଁ। ବର୍ତମାନ ସମୟରେ ରୋଗୀକୁ ଏହି ରାସ୍ତାରେ ଆଣିବାକୁ ହେଲେ ସାଙ୍ଗିଭାର ଲୋଡା ପଡିଥାଏ।ଖରାଦିନରେ ମଧ୍ୟ ୧୦୮, ୧୦୨ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ର ଗାଡି ମଧ୍ୟ ଏହି ଗ୍ରାମକୁ ଯାତାୟତ ସମ୍ଭବ ହୋଇ ପାରୁ ନଥିବା ଏହି ଗ୍ରାମର ସାଧାରଣ ଜନତା ଅଭିଯୋଗ ଆଣିଛନ୍ତି। ନଳଗୋହିରା ପଂଚାୟତର ସମସ୍ତ ଜନପ୍ରତିନିଧି ଙ୍କ ଇଛାଶକ୍ତିର ଅଭାବ ସାଙ୍ଗକୁ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁ ଏହି ଗ୍ରାମ ବିକାଶର ଦ୍ୱାର ଦେଶରେ ଥାଇ ମଧ୍ୟ ବିନାଶ ଆଡକୁ ଅଗ୍ରସର ହେଉଛି ବୋଲି ନଳଗୋହିରା ପଂଚାୟତର ନବଘନ ନାୟକ, ଅଭୟ ଭୋଇ, ଭାଗିରଥି ନାୟକ ଙ୍କ ସମେତ ନୂଆଗାଁ ଗ୍ରାମର ବାସିନ୍ଦା ମାନେ ଅଭିଯୋଗ ଆଣିଛନ୍ତି। ଆଗାମୀ ଦିନରେ ସମସ୍ତ ଜନ ପ୍ରତିନିଧି ଯତ୍ନବାନ ହେଲେ ଏହି ଗ୍ରାମର ସମସ୍ତ ସମସ୍ୟା ର ସୁଧାର ଆସି ପାରିବ ବୋଲି ସାଧାରଣରେ ଚର୍ଚା ଚାଲିଛି। ଭଦ୍ରକ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟିଦେବାକୁ ଗ୍ରାମବାସୀ ନିଜର ଦାବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.