ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଆଜି ଏକ ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ଧଳା ଜହର (ବ୍ରାଉନସୁଗାର) ଜବତ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଅବକାରୀ ବିଭାଗ ମୁଖ୍ୟ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଭ୍ରାମ୍ୟମାଣ ଅବକାରୀ ଟିମ ଆଜି ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଉଚ୍ଚପଦା-କାକୁଡ଼ିଗଢ଼ିଆ ରାସ୍ତା ନିକଟସ୍ଥ ତଳ ବିଲରେ ଥିବା ଏକ କୁକୁଡ଼ା ଫାର୍ମ ପାଖରେ ହଠାତ୍ ଚଢ଼ାଉ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ସର୍ଚ୍ଚ ଅପରେସନ୍ ବେଳେ୧୪୫ ଗ୍ରାମ ଧଳା ଜହର ଜବତ ହୋଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ଘଟଣାସ୍ଥଳରୁ ଗୋଟିଏ ସ୍କୁଟି ମଧ୍ୟ ଜବତ କରାଯାଇଛି।ଏହି କାରବାରରେ ସଂପୃକ୍ତ ଥିବା ଗୋବିନ୍ଦପୁର ଅଞ୍ଚଳର ତନ୍ମୟ ବାଇଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ସେ ଦୀର୍ଘ ଦିନ ଧରି ଏହି ଧଳା ଜହର ବ୍ୟବସାୟରେ ଲିପ୍ତ ଥିବା ଜଣାପଡ଼ିଛି।ଏହି ବିଶେଷ ଅପରେସନ୍ରେ ଭ୍ରାମ୍ୟମାଣ ଅବକାରୀ ବିଭାଗ ମୁଖ୍ୟ ରାଜ କିଶୋର ଜେନା, ନଟବର ମଲ୍ଲିକ, ମିଥୁନ ଜେନା, ବିଭୁ ପ୍ରସାଦ ମଲ୍ଲିକ, ଶୁଭ୍ରା ମିନି ଦାସଙ୍କ ସମେତ ଧାମନଗର ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅଭିଯୁକ୍ତଙ୍କ ବିରୋଧରେକେଶ ନମ୍ବର ୨୭୯/୨୬ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।ମିଥୁନ ଜେନା, ବିଭୁ ପ୍ରସାଦ ମଲ୍ଲିକ, ଶୁଭ୍ରା ମିନି ଦାସଙ୍କ ସମେତ ଧାମନଗର ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅଭିଯୁକ୍ତଙ୍କ ବିରୋଧରେକେଶ ନମ୍ବର ୨୭୯/୨୬ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।








