Home ଜିଲ୍ଲା ପରିକ୍ରମା ଅବକାରୀ ବିଭାଗର ଚଢ଼ାଉ, ୧୦ ବ୍ରାଉନ ସୁଗାର ପୁଡିଆ ସହିତ ଆସାମୀ ଗିରଫ

ଅବକାରୀ ବିଭାଗର ଚଢ଼ାଉ, ୧୦ ବ୍ରାଉନ ସୁଗାର ପୁଡିଆ ସହିତ ଆସାମୀ ଗିରଫ

10

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳରେ ଧଳା ଜହର ର ବହୁଳ ବ୍ୟବହାର ର ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତ୍ର ୧୦ଟା ସମୟରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ବନ୍ଦର ନିକଟବର୍ତୀ ଡି ଆଇ ରୋଡରେ ଅଚାନକ ଚଢ଼ାଉ କରି ଜାଗୁଳା ଗ୍ରାମର ଗୁନିଆ ଲେଙ୍କା ନାମୀ ଜଣେ ଯୁବକକୁ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଗିରଫ କରିଛି ତେବେ ତାଙ୍କ ନିକଟରୁ ମୋଟ ୧୦ଟି ବ୍ରାଉନ ସୁଗାର ପୁଡିଆ ଜବତ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଖାଲି ଡି ଆଇ ରୋଡ ନୁହେଁ ସମ୍ପୃକ୍ତ ବ୍ୟକ୍ତିନିଜର ଟିମ ସହ ଧାମରା ଅଂଚଳ ରେ ନିଜର ବେପାର ଚଳାଇ ଆସୁଛି ବୋଲି ବିଭାଗୀୟ ଅଧିକାରୀ ଙ୍କ ନିକଟରୁ ପ୍ରକାଶ। ତେବେ ଏହି ଧଳା ଜହର (ବ୍ରାଉନ ସୁଗାର )ଟ୍ରକ ଚାଳକଙ୍କଜରିଆରେ ଭଦ୍ରକ, ବାଲେଶ୍ୱର,କେଉଁଝର ଜିଲ୍ଲା ଏବଂ ପଡ଼ୋଶୀ ରାଜ୍ୟରୁ ଧାମରା କୁ ଆସୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.