Home ଜିଲ୍ଲା ପରିକ୍ରମା ଅନଲାଇନ ଗେମ ଛଡ଼ାଇ ନେଲା ଅଶୁଂମାନର ହସଖୁସି

ଅନଲାଇନ ଗେମ ଛଡ଼ାଇ ନେଲା ଅଶୁଂମାନର ହସଖୁସି

1

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଡ଼ିଜିଟାଲ ଯୁଗରେ ସବୁ କିଛି ସ୍ମାଟ ଫୋନରେ ହେଉଛି ସତ, କିନ୍ତୁ ସ୍ମାଟ ଫୋନ ଅନେକ କ୍ଷେତ୍ରରେ ବିଶେଷ କରି ଯୁବପିଢିଙ୍କୁ ଅବାଟରେ ନେଇ ଜୀବନ ହାରିବାକୁ ବାଧ୍ୟ କରୁଛି। ଅନଲାଇନ ପାଠ ପଢା ନାମରେ ସ୍ମାଟ ଫୋନ ଧରୁଥିବା ଛୋଟ ପିଲାଙ୍କୁ କିପରି ମୃତ୍ୟୁ ମୁଖକୁ ଠେଲି ଦେଉଛି ତାହାର ଏକ ଜ୍ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅଂଚଳରେ। ଆଡ଼ିଆ ପଂଚାୟତ ଓଲଡ଼ାଙ୍ଗ ଗ୍ରାମର ଅଲେଖ ଦାସ ବାଙ୍ଗାଲୋରର ଏକ ଘରୋଇ କମ୍ପାନିରେ କାମ କରୁଥିଲେ।୧୧ ବର୍ଷର ପୁଅ ଅଶୁଂମାନ ନିକଟସ୍ଥ ଏକ ଘରୋଇ ସ୍କୁଲରେ ପାଠ ପଢୁଥିଲେ। କୋଭିଡ଼ ସମୟରେ ଅନଲାଇନରେ କ୍ଲାସ କରୁଥିବା ବେଳେ ଅଶୁଂମାନ ବିପଦଜନକ ବ୍ଲୁ ହ୍ୱେଲ ଗେମ୍ ଟାକ୍ସ(ଲେବୁଲ) ପୂରଣ କରିବାକୁ ଯାଇ ୨୦୨୨ ମସିହା ଫ୍ରେବୃଆରୀ ୫ ତାରିଖରେ ଭାରସ୍ୟାମ ହରାଇ ବେଲ୍ଟରେ ଫାସି ଲଗାଇ ଦେଇଥିଲେ। ଦୀର୍ଘ ୩ ମାସ ଧରି ଆଇସିୟୁରେ ରହିବା ପରେ ଅଶୁଂମାନଙ୍କ ଜୀବନ ବଂଚିଯାଇଛି ସତ କିନ୍ତୁ ପାଠ ପଢାରେ ଡ଼ୋରି ବାନ୍ଧି ବିଛଣାରେ ପଡ଼ିରହିବା ବାପା ଓ ମା ଡ଼ାକ ଛଡ଼ା ତା ପାଟିରୁ ଆଉ କିଛି ବାହାରୁ ନାହିଁ। ଏଣେ ବ୍ୟୟ ବହୁଳ ଖର୍ଚ୍ଚ କରି ନ ପାରି ପିତା ମାତା ପୁଅକୁ ଧରି ଗାଁକୁ ଫେରି ଆସିଥିଲେ। ପୁଅର ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରି ସର୍ବଶାନ୍ତ ହେବା ପରେ ଭଗବାନଙ୍କ ଭରସାରେ ପଡ଼ି ରହିଛନ୍ତି ପରିବାର ଲୋକ। ନିୟମିତ ଓଲଟପୁର ଯାଇ ଅଶୁଂମାନର ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଅର୍ଥର ଅଭାବ ଦେଖାଦେବା ଯୋଗୁଁ ବଦାନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ଓ ସହଯୋଗ ଲୋଡ଼ିଛନ୍ତି ପିତା ମାତା। ଅଶୁଂମାନ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ସ୍ମାଟ ଫୋନ ତାଙ୍କ ପରିବାରକୁ ଉଜାଡ଼ି ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.