Home ଓଡ଼ିଶା ଅତି ସଂଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି ଜେଟଲୀ

ଅତି ସଂଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି ଜେଟଲୀ

264

ନୂଆଦିଲ୍ଲୀ,୧୯/୦୮,(ଓଡ଼ିଆ ପୁଅ/ ପି ନାୟକ): ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଏମ୍‌ସର ସୂଚନା ଅନୁସାରେ କାର୍ଡିଓ-ୟୋରେ ସେଣ୍ଟରରେ ଅରୁଣ ଜେଟ୍‌ଲୀଙ୍କୁ ରଖାଯାଇଛି । ତାଙ୍କୁ Intra-Aortic Balloon Pump ବା IABP ଓ Extra corporeal Membrane Oxygenation ବା ECMO ସପୋର୍ଟ ଦିଆଯାଉଛି ।

ଯେତେବେଳେ ଭେଣ୍ଟିଲେଟର ଦ୍ୱାରା କୌଣସି ସୁବିଧା ମିଳିନଥାଏ, ସେତେବେଳେ ECMOରେ ରୋଗୀଙ୍କୁ ରଖାଯାଇଥାଏ । ଏହା ଦ୍ୱାରା ରୋଗୀ ଶରୀରକୁ ଅକ୍ସିଜେନ୍‌ ଦିଆଯାଇଥାଏ । ଗତ ୯ ତାରିଖରୁ ଦିଲ୍ଲୀ ଏମ୍‌ସରେ ଅରୁଣ ଜେଟ୍‌ଲୀ ଚିକିତ୍ସିତ ହେଉଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଆଡମିଟ୍‌ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.