Home ଜିଲ୍ଲା ପରିକ୍ରମା ସହିଦ କରୁଣାକର ସିଂହ ନାଏକଙ୍କ ୧୫୮ ତମ ଆତ୍ମାତ୍ସର୍ଗ ଦିବସ ପାଳିତ

ସହିଦ କରୁଣାକର ସିଂହ ନାଏକଙ୍କ ୧୫୮ ତମ ଆତ୍ମାତ୍ସର୍ଗ ଦିବସ ପାଳିତ

274

କୋଲାବିରା, ୨୫/୧୨(ଓଡ଼ିଆ ପୁଅ/ନିଶିତ କୁମାର ବହିଦାର) ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଧର୍ଷ ଯୋଦ୍ଧା ଶହୀଦ କରୁଣାକର ସିଂହ ନାଏକଙ୍କ ଆତ୍ମୋତ୍ସର୍ଗ ଦିବସ କୋଲାବିରା ସହିଦ ପଡିଆ ଠାରେ ମହା ସମାରୋହର ସହିତ ପାଳିତ ହୋଇଯାଇଛି। ଶହୀଦ କରୁଣାକର ସ୍ମୃତିଟ୍ରଷ୍ଟ, ଅଖିଳ ଭାରତୀୟ ଗୋଣ୍ଡଓାନା ଗୋଁଡ ମହାସଭା ଓ ସମ୍ମିଳିତ ଆଦିବାସୀ ସମାଜର ମିଳିତ ପ୍ରଚେଷ୍ଟାରେ ଝାରସୁଗୁଡା ଜିଲ୍ଲା କୋଲାବିରାଠାରେ ତିନି ଦିବସ ବ୍ୟାପି ଆତ୍ମୋତ୍ସର୍ଗ ଦିବସ ପାଳନର ଆୟୋଜନ କରାଯାଇଛି। ଶୁକ୍ରବାର ସଂଧ୍ୟାରେ ଏକ ଭବ୍ୟ କଳଶ ଶୋଭାଯାତ୍ରାର ଆୟୋଜନକରାଯାଇ ଜଙ୍ଘା ବଡଦେଓଙ୍କ ସ୍ଥାପାନା ତଥା ପୁଜୋନତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୧ ତାରିଖ ଉଦ୍ ଘାଟନି ଦିବସରେ ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ସବର ଶୁଭ ଉଦ୍ ଘାଟନ କରିଥିଲେ। ଏଇ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ଏହାସହ ରାଜ୍ୟସ୍ତରରେ ତାଙ୍କର ସ୍ମୃତି ଦିବସ ପାଳନ କରାଯିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବରେ ବୀର ଅମରେନ୍ଦ୍ର ପ୍ରତାପ ସିଂହ, ଆଦିବାସୀ ହରିଜନ ମନ୍ତ୍ରୀ ରମେଶ ମାଝୀ, ବରଗଡ ସାଂସଦ ପ୍ରଭାସ ସିଂ, ପୂର୍ବତନ ଏମପି ରବିନାରାୟଣ ପାଣି, ପୂର୍ବତନ ବିଧାୟକ ଅନୁପ ସାଏ, ସମ୍ମିଲିତ ଆଦିବାସୀ ସମାଜର ସଭପତି ବୁନ୍ଦେ ଧୁରୁଆ ପ୍ରମୁଖ ଯୋଗ ଦେଇଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ପଣ୍ଡିତ ତୈ୍ରଲୋକ୍ୟନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଖିଳ ଭାରତୀୟ ଗୋଁଡଓାନା ଗୋଁଡ ମହାସଭା ଓଡିଶା ପ୍ରଦେଶର ସଭାପତି ମହେନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଶନିବାର ୨୨ ତାରିଖ ଶହିଦ କରୁଣାକରଙ୍କ ୧୫୮ ତମ ଆତ୍ମୋତ୍ସବ ଦିବସରେ ପୁର୍ବାହ୍ନ ୯ଟା ସମୟରେ ରାଜପ୍ରାସାଦରୁ ମଶାଲ ବାହାରି ମଶାଳ ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା। ସହିଦଙ୍କ ସ୍ମୃତିରେ ଅଣାଯାଇଥିବା ମାଶାଲକୁ ରଣଜିତା ଶୋଭାଯାତ୍ରାରେ ଆଡମ୍ବର ସହକାରେ ଅଣାଯାଇଥିଲା। ଏଥିରେ ଗୋଣ୍ଡ ବୀର ମାନେ ବିଭିନ୍ନ ଯୁଦ୍ଦାସ୍ତ୍ର ନେଇ ଯୁଦ୍ଧକଳା ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରା ଗ୍ରାମପରିକ୍ରମା ଅବସରରେ କରୁଣାକର ଛକଠାରେ ଥିବା କରୁଣାକରଙ୍କ ପ୍ରତିମିର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଭବ୍ୟ ଶୋଭାଯାତ୍ରାରେ ଜମିଦାର ବଂଶଜ ବୀର ଅମରେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ରାଜ ପରିବାରର ସମସ୍ତ ମହିଳା ପୁରୁଷ ସଦସ୍ୟ, କୁଚିଣ୍ଡା ବିଧାୟକ ରବିନାରାୟଣ ନାଏକ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ସଭାପତି ମହେନ୍ଦ୍ର ନାଏକ, ସମ୍ପାଦକ ସୁଶିଲ କୁମାର ଦାସ୍, ବରିଷ୍ଠ ନାଗରିକ ବୀରେନ୍ଦ୍ର ମହାପାତ୍ର ପ୍ରମୁଖଙ୍କ ସମେତ ବହୁସଂଖ୍ୟକ ଅଂଚଲବାସୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ସଭାସ୍ଥଳକୁ ପହଂଚିବା ପରେ ସହିଦ କରୁଣାକର ଏବଂ ବଡଦେଓଙ୍କ ଜୟଜୟକାରରେ ସଭାସ୍ଥଳି ପ୍ରକମ୍ଫିତ ହୋଇ ଉଠିଥିଲା। ଉପସ୍ଥିତ ସମସ୍ତ ବର୍ଗର ଲୋକେ ସଂଗ୍ରାମୀଙ୍କ ଜୟଗାନ କରିବା ସହିତ ଦେଶଭକ୍ତିରେ ପ୍ଲାବିତ ହୋଇ ଉଠିଥିଲେ। ସଭାସ୍ଥଳ ପରିସରରେଅସ୍ଥାୟୀ ଭାବରେ ନିର୍ମିତ ବଡଦେଓଙ୍କ ସ୍ଥାପନା ସ୍ଥଳରେ ପୂଜାକାର୍ଯ୍ୟ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହିକାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୁଚିଣ୍ଡା ବିଧାୟକ ରବୀନାରାୟଣ ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ରଜରାଜଗର ବିଧାୟିକା ରାଧାରାଣି ପଣ୍ଡା, ଶ୍ରମବିଭାଗର ଆଂଚଳିକ ନିର୍ଦ୍ଦେଶକ ଡ.ଧର୍ମେନ୍ଦ୍ର କୁମାର ମିଶ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ କ୍ଷେମସିଂ ମାଝୀ, ରାଜ୍ୟ ମହିଳା ଶାଖା ସଭାପତି ସୁକାନ୍ତିବାଲା ନାୟକ, ରାଜ୍ୟ କମିଟିର ଉପ-ସଭାପତି ଦମୟନ୍ତି ମହାପାତ୍ର, ମୟୁରଭଞ ଜିଲ୍ଲା ସଭାପତି ବାସନ୍ତୀ ସିଂହ, ସମ୍ମିଲିତ ଆଦିବାସୀ ସମାଜର ସଭପତି ବୁନ୍ଦେ ଧୁରୁଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜନାର୍ଦ୍ଦନ ନାୟକ, ବଲାଙ୍ଗିର ଜିଲ୍ଲା ମହାସଭାର ରାମଚନ୍ଦ୍ର ଧୁରୁଆ, କନ୍ଧମାଳ ଜିଲ୍ଲା ଉପଦେଷ୍ଟା କମିଟିର ଲୋକନାଥ ପାତ୍ର ପ୍ରମୁଖ ଯୋଗଦେଇ ସହିଦଙ୍କ ସ୍ମୃତ ଚାରଣ କରିବା ସହିତ ଯୋଦ୍ଧାଙ୍କ ସମ୍ମାନପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା କରିବାକୁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମ୍ମାନ ଜଣେଇଥିଲେ। କୋଲାବିରା ରାଜପ୍ରାସାଦର ସମସ୍ତ ମହିଳା ଏବଂ ପୁରୁଷ ସଦସ୍ୟ ମଂଚ ଉପରେ ମଂଚାସୀନ ରହିଥିଲେ। ଲୋକକବି ପଦ୍ମଶ୍ରୀ ହଳଧରନାଗ ମୁଖ୍ୟବକ୍ତା ଭାବରେ ଯୋଗଦେଇ ତାଙ୍କର ଚିରାଚରିତ ଢଙ୍ଗରେ ସହିଦଙ୍କ ବିରତ୍ୱ ଗାନ କରିଥିଲେ। ଏଇଅବସରରେ ଝାରସୁଗୁଡା ଜିଲ୍ଲା ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାର ୧୨୦ଜଣ ନାଏକ, ଗୈାନ୍ତୀଆ ତଥା ଜମିଦାର ବଂଶଜଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ଏହା ସହ କୋଲାବିରା ଗ୍ରାମର ବୟୋଜ୍ୟୋଷ୍ଠ ସମାଜସେବୀ ଅବସରପ୍ରାପ୍ତ ଶିକ୍ଷକ ଜନ୍ମାଜୟ ବହିଦାର ଏବଂ ରାଜ୍ୟ ସରକାର ପୁରସ୍କାରପ୍ରାପ୍ତ ରଘୁନାପାଲି ଗ୍ରାମପଂଚାୟତର ସରପଂଚ ନନ୍ଦିତା ସରାଫଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଦବସବ୍ୟାପି ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୩ଟି ସଂସ୍କୃତିକ ଦଳସମେତ ସମାସିଂହା କ୍ଷୀରୋଦ ଗୈାନ୍ତିଆ ବାଳିକା ବିଦ୍ୟାଳୟର ବାଳିକା ମାନଙ୍କ ଦ୍ୱାରା ୨ଟି ସାଂସ୍କୃତକି ମନୋରଂଜନଧର୍ମି କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା। ପ୍ୟାରିମୋହନ ନାଏକ ମଂଚ ପରିଚାଳନା କରିଥିବା ବେଳେ ତେଜରାଜ ନାଏକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.