Home ଓଡ଼ିଶା ଅଜଣା ରୋଗରେ ପିଡିତା ବାପା ମା ଛେଉଣ୍ଡ ୯ବର୍ଷର ଝିଅ ର ଚିକିତ୍ସାରେ ଅର୍ଥସାଜିଛି ବାଧକ

ଅଜଣା ରୋଗରେ ପିଡିତା ବାପା ମା ଛେଉଣ୍ଡ ୯ବର୍ଷର ଝିଅ ର ଚିକିତ୍ସାରେ ଅର୍ଥସାଜିଛି ବାଧକ

255

ମାଲକାନଗିରି,୨୪ା୬(ଓଡିଆ ପୁଅ ) ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୁଇଗୋଡ ଅଚଳହୋଇ ଯାଇଥିବା ବାପା ମା ଛେଉଣ୍ଡ ୯ବର୍ଷର ଜଣେ ଗରିବ ଆଦିବାସୀ ଝିଅର ଚିକିତ୍ସାରେ ଅର୍ଥସାଜିଛି ବାଧକ, ସେ ବଚିଂବା ପାଇଁ ରହା ଖୋଜୁଛି । ଏପରି ଏକ ହୃଦୟ ବିଦାରକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ସଦର ବ୍ଲକସ୍ଥ ଚମ୍ପାଖାରୀ ଗ୍ରାମରେ, ସେହି ଗ୍ରାମର ଗୁଡୁହନ୍ତାଳ ଜଣେ ଅତ୍ୟନ୍ତ ଗରିବ ଆଦିବାସୀ, ଘରକୁ ପତ୍ନୀ ବାସନ୍ତି ଓ ଝିଅ ନନ୍ଦିନୀ । ଗୁଡୁ ଓ ତାରା ସ୍ତ୍ରୀ ପରଘରେ ମୂଲ ମଜୁରୀ ଲାଗି ନିଜପରିବାର ବହୁକଷ୍ଟରେ ଚଳାଇଥାନ୍ତି । ଗୁଡୁଙ୍କ ପତ୍ନୀ ବାସନ୍ତି ଝିଅ ନନ୍ଦିନୀଙ୍କୁ ଜନ୍ମଦେଇ ମାସକ ମଧ୍ୟରେ ଅଜଣାରୋଗରେ ମୃତ୍ୟୁଘଟିଥିବା ବେଳେ ସ୍ତ୍ରୀର ମୃତ୍ୟୁର ୫ବର୍ଷପରେ ସ୍ୱାମୀ ଗୁଡୁ ଙ୍କର ଅଜଣା ରୋଗରେ ମୃତ୍ୟୁଘଟିଲା । ଗୁଡୁ ଓ ତାଙ୍କ ପତ୍ନୀ ବାସନ୍ତୀ ୫ବର୍ଷଭିତରେ ହାତ ଧରା ଧରି ହୋଇ ଆରପାରିକୁ ଚାଲିଗଲେ । ବାପା ଗୁଡୁ ଓ ମା ଙ୍କର ମୃତ୍ୟୁ ହୋଇଗଲାପରେ ବଡବାପା ପୁଅ ଭାଇ ଡମ୍ବରୁ ଓ ଭାଉଜ ଡମୁଣି ନିଜର ପିଲାଭାବି କୋଳେଇ ନେଇ ବାପା ମାର ସ୍ନେହ ଦେଇ ପାଳିପୋଷିଲେ ନନ୍ଦିନୀକୁ । ଡମ୍ବରୁ ଓ ଡମୁଣି ଗରିବ ହୋଇଥିବାରୁ ପରଘରେ କାମ ଧନ୍ଧ କରି ପେଟକୁ ଦାନା ଯୋଗାଡ କରନ୍ତି । ହେଲେ ଦଇବ ଦାଉସାଜିଲା ଗତ ଗତ୫ବର୍ଷତଳେ ବିଚରା ଶିଶୁ ନନ୍ଦିନୀର ଦୁଇଗୋଡ ଅଚଳ ହୋଇ ସେ ଚାଲିବୁଲି ପାରିଲା ନାହିଁ,ଯେଉଁ ବୟସରେ ହସିଖେଳି ଗାଁର ପିଲାମାନଙ୍କ ସହିତ ସ୍କୁଲ ଯାଇ ପାଠ ପଢିବା କଥା ସେହି ବୟସରେ ଚାଲିବୁଲି ନପାରି ଗୁରୁଣ୍ଡି ଗୁରୁଣ୍ଡି ହୋଇ ଚାଲିବାକୁ ପଡୁଛି । ଭାଇ ଓ ଭାଉଜ ସେ ବା କଣ କରିବେ ନିଜପେଟକୁ ଦାନା ଯୋଗାଡ କରିବାକୁ ନିକଟରରେ ପଇସା ନଥିବା ବେଳେ ନନ୍ଦିନୀର ଚିକିତ୍ସା କେମିତି କରିବେ । ଏବେ କରୋନା ଡରକୁ ଲକଡାଉନ ପରିସ୍ଥିତି କେଉଁ ଆଡେ ଯିବାକୁ ରହା ନାହିଁ । ଘରେ ନନ୍ଦିନୀକୁ ରଖି କର୍ମକୁ ଆଦରି ପଡିରହିଛନ୍ତି ଏହି ଗରିବ ପରିବାର । ନନ୍ଦିନୀ ର ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତିକରୁଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇ ବଚିଂବାପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ଚିକିତ୍ସାରେ ଅର୍ଥସାଜିଛି ବାଧକ । ଆଜି ଚମ୍ପାଖାରୀ ଗ୍ରାମକୁ ଜୟ ମାଲକାନଗିରି ଗୃପର କିଛି ଯୁବକ ଯାଇଥିବା ବେଳେ ନନ୍ଦିନୀର ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିଥିଲେ । ନନ୍ଦିନୀକୁ  ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସାନିମନ୍ତେ ଭର୍ତି କରିବା ପାଇଁ ଜୟ ମାଲକାନଗିରି ଗୃପ ଯୁବ ଗୋଷ୍ଟିପକ୍ଷରୁ ସୁଚନା ଦେଇଛନ୍ତି । ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ପ୍ରକାର ଯୋଜନା କରି ସେମାନଙ୍କୁ ମାଗଣାରେ ଚିକିତ୍ସା କରା ଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଚଂଳର ଜଣେ ଗରିବ ଆଦିବାସୀ ଶିଶୁ ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ବିଛଣାରେ ପଡି ରହି ଜୀବନ ମରଣ ସହ ସଂଘର୍ଷ କରିବା ସହିତ ସେ ବଚିଂବା ପାଇଁ ରାହାଖୋଜୁଥିବା ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.