Home ଓଡ଼ିଶା ମାଟି ଅତଡା ଧସି ଘାଇସୃଷ୍ଟି ହେବାଯୋଗୁ ନଦୀଗର୍ଭରେ ଲିନହେବାକୁ ଯାଉଛି ସ୍କୁଲ

ମାଟି ଅତଡା ଧସି ଘାଇସୃଷ୍ଟି ହେବାଯୋଗୁ ନଦୀଗର୍ଭରେ ଲିନହେବାକୁ ଯାଉଛି ସ୍କୁଲ

139

ମାଲକାନଗିରି,୨୪ା୬ (ଓଡିଆ ପୁଅ ) ଗତ କିଛିି ଦିନତଳେ ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଚଂଳରେ ପ୍ରବଳ ବେଗରେ ବର୍ଷା ହୋଇଥିବାରୁ ନୁଆଗୁଡା ନଦୀରେ ବର୍ଷା ପାଣିପ୍ରବେଶ କରି ବନ୍ୟାପରିସ୍ଥିତି ସୃଷ୍ଟି ହୋଇଥିଲା ।ନଦୀ ର ଜଳରେ ମାଟିଅତଡା ଧସି ନୁଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୃହନିକଟରେ ଏକ ବଡ ଘାଇସୃଷ୍ଟି ହେବା ଦ୍ୱାରା ଏହି ବିଦ୍ୟାଳୟଟି ବିପଦସଙ୍କୁଳ ଅବସ୍ଥାରେ ରହିଛି,ଘାଇଟି ବିଦ୍ୟାଳୟ ପାଚେରୀ,ଶୌଚାଳୟ ଓ ଫାଟକ ନିକଟକୁ ଲାଗି ଯାଇଛି ଆଉ ଅଷଡାଏ ବର୍ଷା ହେଲେ ବିଦ୍ୟାଳୟଟି ନଦୀଗର୍ଭରରେ ଲିନହୋଇ ଯିବାର ଆଶଙ୍କାକୁ ଏଡାଇଦିଆ ଯାଇ ନପାରେ । ବିଦ୍ୟାଳୟ ନିକଟରେ ଘାଇ ହେବାର ଦେଖି ବିଦ୍ୟାଳୟ ପ୍ରଧାନଶିକ୍ଷକ ରବିଚାଲାଣ ବିଡିଓ, ତହସିଲଦାର,ବ୍ଲକଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ନୁଆଗୁଡା ବିଦ୍ୟାଳୟ କମିଟି ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଏକ ଦରଖାସ୍ତ ଦେଇଛନ୍ତି । ଆଜି ଉକ୍ତ ବିଦ୍ୟାଳୟ କୁ ବ୍ଲକଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ର,ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଜଂନକୁମାର ଚୈଧୁରୀ ପରିଦର୍ଶନ କରି ବିଦ୍ୟାଳୟ ନିକଟରେ ଘାଇସୃଷ୍ଟି ହୋଇଥିବାରୁ ବିଦ୍ୟାଳୟ ଟି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାର ସ୍ଥିତି ପରଖି ଏ ସଂପର୍କରେ ବିଡିଓ, ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଅବଗତ କରାଇଛନ୍ତି । ଏହି ଘାଇ ଓ ମାଟି ଅତଡା ଧସିବା ଦ୍ୱାରା ବିଦ୍ୟାଳୟର ପାଚେରି ଓ ଶୌଚାଳୟ କାନ୍ଥ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛି । ବିଦ୍ୟାଳୟ ନିକଟରେ ସୃଷ୍ଟିହୋଇଥିବା ଘାଇଟିକୁ ତୁରନ୍ତ ମରାମତ କରାନଗଲେ ଉକ୍ତବିଦ୍ୟାଳୟଟି ନଦୀଗର୍ଭରେ ଖୁବଶିଘ୍ର ଲିନ ହୋଇଯିବାର ଗ୍ରାମବାସୀ ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.