Home ଅପରାଧ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା ବିଜେପି...

ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣା: ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

250

ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧୀ ଦଳ। ବିଜେପି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏହାର ଆଉ ଏକ ଦୃଷ୍ଟାନ୍ତ ମାଲକାନଗିରିରୁ ଆସଛି। ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଜଣେ ଆଦିବାସୀ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପିଡ଼ିତାଙ୍କ ସ୍ୱାମୀଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲେ ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା। ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ପିଡ଼ି଼ତାଙ୍କ ସ୍ୱାମୀ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ। ଏହି ଘଟଣାକୁ ଦେଢ଼ ମାସରୁ ଉର୍ଦ୍ଧ୍ୱ ବିତି ଯାଇଥିଲେ ମଧ୍ୟ ପୋଲିସ ଚୁପ୍ ରହିଛି। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାଣ୍ଟିନରେ ଘଟିଥିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି। ଏହି ଘଟଣା ବିରୁଦ୍ଧରେ ପ୍ରତିବାଦ କରି ରାଜ୍ୟ ବିଜେପି ପକ୍ଷରୁ ଏକ ପ୍ରତିନିଧୀ ମଣ୍ଡଳୀ ଆଜି ରାଜ୍ୟ ମାନବଧିକାର କମିଶନଙ୍କୁ ଭେଟି ୩ ଦଫା ଦାବି ଜଣାଇଛନ୍ତି।

୩ ଦଫା ଦାବି –
ଏହି ଘଟଣାରେ ମାନବଧିକାର କମିଶନ ହସ୍ତକ୍ଷେପ କରି ସ୍ୱତନ୍ତ୍ରଭାବେ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ଦିଅନ୍ତୁ। ପୀଡ଼ିତାଙ୍କ ପରିବାରକୁ ଉଚିତ ନ୍ୟାୟ ଦେଇ ଅନୁକମ୍ପା ରାଶି ପ୍ରଦାନ କରାଯାଉ। ପିଡ଼ି଼ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ମୃତ୍ୟୁର କାରଣକୁ ସାର୍ବଜନୀନ କରାଯାଉ ବୋଲି ପ୍ରତିନିଧୀ ମଣ୍ଡଳ କମିଶନଙ୍କ ପାଖରେ ଦାବି କରିଛି।

ପ୍ରତିନିଧୀ ମଣ୍ଡଳୀର ଅଭିଯୋଗ ଶୁଣିବା ପରେ ପିଡ଼ି଼ତାଙ୍କ ସଂପର୍କୀୟଙ୍କୁ ନ୍ୟାୟ ଅନୁଯାୟୀ ଅନୁକମ୍ପା ରାଶି ତୁରନ୍ତ ପ୍ରଦାନ କରିବାକୁ ଏବଂ ୧୦ ଦିନରେ ପୋଷ୍ଟମର୍ଟମ ରିପୋର୍ଟକୁ ଓଏଚଆରସିଙ୍କ କୋର୍ଟରେ ଦାଖଲ କରିବା ପାଇଁ ରାଜ୍ୟ ମାନବଧିକାର କମିଶନ (ଓଏଚଆରସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରତିନିଧୀ ମଣ୍ଡଳୀଙ୍କୁ ଜଣାଇଛନ୍ତି। ଏହାସହ ଓଏଚଆରସି ଏହି ଘଟଣାର ଶୁଣାଣି କରି ଦୋଷୀକୁ ଚିହ୍ନଟ କରି ଦଣ୍ଡିତ କରିବାର ପ୍ରତିଶୃତି ଦେଇଛନ୍ତି ବୋଲି ବିଜେପି ପ୍ରତିନିଧି ମଣ୍ଡଳ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଓଏଚଆରସିଙ୍କ କୋର୍ଟରେ ଶୁଣାଣୀ ତାରିଖକୁ ବିଜେପି ଅପେକ୍ଷା କରିଛି। ଶୁଣାଣି ସମୟରେ ତଥ୍ୟ ପ୍ରମାଣ ସହ ଉପସ୍ଥିତ ହେବୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧୀ ମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏବଂ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.