Home ଓଡ଼ିଶା ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ଆହତ

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର ଆହତ

66

ବଲାଙ୍ଗୀର, ୩୧-୧୦ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ପ୍ରକାଶ ବୁନ୍ଦୀ ନାମକ ଜଣେ ୨୬ ବର୍ଷୀୟ ଯୁବକ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ପ୍ରତିଦିନ ପରି ପ୍ରାୟ ୧୧ଟା ସମୟରେ ସେ ତାଙ୍କ ଟି ଭି ଏସ ଏକ୍ସେଲ ଗାଡି ରେ ପନିପରିବା ବିକ୍ରି କରିବା ପାଇଁ ଘରୁ ବାହାରି ସିନ୍ଧେକେଲା କୁ ଆସୁଥିବା ବାଟରେ ଏକ ଅଜଣା ଗାଡି ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କାରେ ଗୁରୁତର ଆହତ ହୋଇ ଅଚେତ ଅବସ୍ଥାରେ ପଡିଥିବା ବେଳେ ତାଙ୍କୁ କିଛି ବ୍ୟକ୍ତି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନ୍ଧେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ଟିଟିଲାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପ୍ରକାଶଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମଭୋଇ ମ୍ୟାଡ଼ିକଲ କଲେଜ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏକ ଧଳା ବୋଲେରୋ ଦ୍ରୁତଗତି ରେ ଆସି ତାଙ୍କୁ ଧକ୍କା ଦେଇଥିଲା। ତେବେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଉକ୍ତ ଗାଡି ନେଇ କିଛି ସୂଚନା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.