Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ଆଉ ୨୪୬ ନୂଆ କରୋନା ଆକ୍ରାନ୍ତ, ଜଣେ ମୃତ

ଚିହ୍ନଟ ହେଲେ ଆଉ ୨୪୬ ନୂଆ କରୋନା ଆକ୍ରାନ୍ତ, ଜଣେ ମୃତ

66

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୨୪୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ସମୟ ମଧ୍ୟରେ ୩୪୯ଜଣ ସୁସ୍ଥ ହେବା ଯୋଗୁ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାରରୁ ତଳକୁ ଖସିଛି । ଏ ପର୍ଯ୍ୟନ୍ତ ଜିଲ୍ଲାରୁ ମୋଟ ୩ଲକ୍ଷ ୯୦ ହଜାର ୯୪୭ଜଣଙ୍କ ନମୁନା ପରୀକ୍ଷା ହେବା ପରେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୧୫ ହଜାର ୮୨୦ଜଣ । ମୋଟ ସୁସ୍ଥ ହୋଇଛନ୍ତି ୧୨ ହଜାର ୯୫୧ ଜଣ ଏବଂ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୮୩୬ । ମୃତକଙ୍କ ସଂଖ୍ୟା ହୋଇଛି ୩୩ । ଚିହ୍ନଟ ନୂତନ ଆକ୍ରାନ୍ତମାନେ ହେଲେ ଭଦ୍ରକ ପୌରପାଳିକାର କୁଆଁସ, ଡଗରାସାହି, ଅପର୍ତ୍ତିିବିନ୍ଧା, ସରାଳିପୁର, ଜଗନ୍ନାଥପୁର, ମୁଲ୍ଲାସାହି, ନୂଆପୋଖରୀ, କଦମବେଢା, ଜାନୁଗଞ୍ଜ, ଚରମ୍ପା, ବାଇପାସ୍‌, ଗବସାହି ଏବଂ ସନ୍ଥିଆରୁ ମୋଟ ୨୬ଜଣ, ବନ୍ତ ବ୍ଳକର ମଙ୍ଗୁଳି, ଗଣିଜାଙ୍ଗ, ପୁରୁଷଣ୍ଢ, ଓଡଙ୍ଗ, ତୋଡଙ୍ଗା ଗ୍ରାମରୁ ୭ଜଣ, ବାସୁଦେବପୁର ପୌରପାଳିକାର ୨୦ ନଂ ୱାର୍ଡ, ୨୫ ନଂ ୱାର୍ଡରୁ ମୋଟ ୩ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଚାନ୍ଦବାଲି ବ୍ଳକର ଓସ୍ତିଆ, ବାଂଶଡା, ବେଗୁନିଆ, ଜାଗୁଳା, ଧାମରା, ଖେରଙ୍ଗ, ବାଲିକୁରାଡି, କରଞ୍ଜମାଳ, ତେନ୍ତୁଲିଡିହି, ନାଲଗୁଣ୍ଡା, ଉତୁକୁଡା, ବେଗୁନିଆ, ନଳଗୋହିରା, ମତୋ ଗ୍ରାମରୁ ୨୭ଜଣ, ତିହିଡ଼ି ବ୍ଳକର ମଙ୍ଗରାଜପୁର, ନନ୍ଦୋର, କୋହ୍ଲ, ବୁଧୁପୁର, ତାଳପଦା, ସିନ୍ଦୋଳ, ସାହାପୁର, ପାଳିଆବିନ୍ଧା, ମହରମପୁର, କୁବେରା, ଗୁଆମାଳ, ବିଲଣା, ଗୋବିନ୍ଦପୁର, ଦୌଲତପୁର, ବାରୋ ଗ୍ରାମରୁ ୨୯ଜଣ, ବାସୁଦେବପୁର ବ୍ଲକର କାନ୍ଥିସାହି, ବାରାପୁର, ଗୋବିନ୍ଦପୁର, ବରଣ୍ଡୁଆ, ବେତଡା, କମାରଗାଁ, ବଚ୍ଛଦା, ଶ୍ରୀବତ୍ସପୁର, ମାଖଲପୁର, ନୂଆଗାଁ, ପଢୁଆଁ, ରାଜଘରପୋଖରୀ, ଜଗନ୍ନାଥପ୍ରସାଦ ଆଦି ଗ୍ରାମରୁ ମୋଟ ୨୧ଜଣ, ଭଦ୍ରକ ବ୍ଲକର ସାମରାଇପୁର, ନଳାଙ୍ଗ, କଲେଇ, କୋଡବରୁଆଁ, ଚରମ୍ପା, ପାଞ୍ଚପଡା, ବଣିଆ, ବାଣିତିଆ, ଭବାନିପୁରବିନ୍ଧା, ବେତଡା, ଏରେଇଁ, ଜଳଙ୍ଗା, ଜଗଦଳପୁର, କୋରକୋରା, ପରିସିଂଗା, ରମ୍ଭିଳା, ରାହାଞ୍ଜ, ସାବରଙ୍ଗ ଗ୍ରାମରୁ ମୋଟ ୩୬ଜଣ ଚିହ୍ନଟ ହୋଇଛନ୍ତି । ସେମିତି ଧାମନଗର ବ୍ଳକର ଅର୍ଜୁନପୁର, ଦଳାଙ୍ଗ, ଧୁଷୁରୀ, ଫତେପୁର, ଗଢିଆଳି, ଗୋବର୍ଦ୍ଧନପୁର, କୋଠାର, ନଦୀଗାଁ, ରଇପୁର ଗ୍ରାମରୁ ୪୧ଜଣ, ଭଣ୍ଡାରିପୋଖରୀ ବ୍ଳକର କୁରିଗାଁ, କୋଟଶିରା, ସାନଶାସନ ଗ୍ରାମରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାର ୫ଜଣ ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୨୭ଜଣ ଜିଲ୍ଲା ବାହାର ବିଭିନ୍ନ ହସ୍‌ପିଟାଲରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.