Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡ଼ି ଶିଶୁଙ୍କୁ ଡ୍ରେସ୍‌, ଜୋତା-ସ୍ୱେଟର ପ୍ରଦାନ

ଅଙ୍ଗନୱାଡ଼ି ଶିଶୁଙ୍କୁ ଡ୍ରେସ୍‌, ଜୋତା-ସ୍ୱେଟର ପ୍ରଦାନ

49

ବାଲେଶ୍ୱର, ୧୭ା୧୧ (ଓଡ଼ିଆ ପୁଅ/ଅଭୟ ଦାସ) : ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ଶିଶୁ ବା ପ୍ରି’ସ୍କୁଲ ଛାତ୍ରଛାତ୍ରୀଙ୍କୁ ନୂଆ ଡ୍ରେସ ସହିତ ଚଳିତବର୍ଷଠାରୁ ଜୋତା ଓ ସ୍ୱେଟର ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ପୌରାଞ୍ଚଳର ୯ ନଂ ୱାର୍ଡ଼ସ୍ଥିତ ପଢ଼ୁଆଁପଦା ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଆଜି ନୂଆଡ୍ରେସ୍‌, ଜୋତା ଓ ସ୍ୱେଟର ପ୍ରଦାନ କରାଯାଇଛି। ବାଲେଶ୍ୱର ପୌରପାଳିକା ଆଇସିଡିଏସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁପରଭାଇଜର ଶୁଭଶ୍ରୀ ଦାଶ ଯୋଗଦେଇ ପ୍ରି’ସ୍କୁଲ ଛାତ୍ରଛାତ୍ରୀଙ୍କୁ ନୂଆ ପୋଷାକ, ଜୋତା ଓ ସ୍ୱେଟର ପ୍ରଦାନ ଶୁଭାରରମ୍ଭ କରିବା ସହିତ ସରକାରଙ୍କ ସମନ୍ୱିତ ଶିଶୁ ମଙ୍ଗଳ ସ୍କୁମ୍ ସମ୍ପର୍କରେ ଉପସ୍ଥିତ ମାତୃମଙ୍ଗଳ କମିଟି କର୍ମକର୍ତ୍ତା ଓ ଅଭିଭାବକଙ୍କୁ ବୁଝାଇଥିଲେ। ଶିଶୁର ବିକାଶ ଓ ମାଆର ସୁରକ୍ଷା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ଶୁଶୁଙ୍କ ସମେତ ଗର୍ଭବତୀ ମାଆଙ୍କୁ ପୁଷ୍ଟି ପୋଷଣ ସାଙ୍ଗକୁ ଏହି ସାମଗ୍ରୀ ବଣ୍ଟନ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇପାରିଛି ବୋଲି ଶ୍ରୀମତୀ ଦାଶ ମତ ପ୍ରକାଶ କରିଥିଲେ। ଅଙ୍ଗନୱାଡ଼ି କର୍ମୀ ସୁକାନ୍ତି ପ୍ରଧାନ ଓ ସହାୟିକା ରାଜଶ୍ରୀ ଜେନାଙ୍କ ସମେତ ବହୁ ବହୁ ଶିଶୁଙ୍କ ମାଆମାନେ ଏଥିରେ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ୧୯ ଶିଶୁଙ୍କୁ ଏହିସବୁ ସାମଗ୍ରୀ ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.