Home Coronavirus Outbreak କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା

କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା

42


– ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି

ନୂଆ ଦିଲ୍ଲୀ ୧୭-୧୧ (ଓଡ଼ିଆ ପୁଅ) ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା ୩୦ ହଜାରରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯, ୧୬୩ ନୂଆ ମାମଲା ଦେଖାଦେଇଛି। ଗତ ଦଶ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୫୦ ହଜାର ତଳେ ରହିଛି।

ୟୁରୋପ ଓ ଆମେରିକାରେ ଦୈନିକ କରୋନା ପଜିଟିଭ୍ ମାମଲା ଅଧିକ ଆସୁଥିବା ବେଳେ ଭାରତରେ ତାହା କମ୍ ରହିଛି। ଏହା ଲୋକମାନଙ୍କ ମଧ୍ୟରେ କରୋନାକୁ ନେଇ ଥିବା ସଚେତନତାକୁ ସ୍ପଷ୍ଟ କରୁଛି।

ଦେଶରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ସୁସ୍ଥ ହେବା ଧାରା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯, ୧୬୩ ନୂଆ ମାମଲା ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୦, ୭୯୧।

ଦେଶବ୍ୟାପୀ ନମୁନା ପରୀକ୍ଷାକୁ ସରକାର ତ୍ୱରାନ୍ୱିତ କରିଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୧୨, ୬୫, ୪୨, ୯୦୭ ନମୁନା ପରୀକ୍ଷା ହୋଇଛି। ଏହାଦ୍ୱାରା ପଜିଟିଭ୍ ହାର ୭.୦୧%କୁ ହ୍ରାସ ପାଇପାରିଛି।

ଏବେ ଦେଶରେ ସକ୍ରିୟ ମାମଲା ୪, ୫୩, ୪୦୧ ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୫.୧୧%।

ମୋଟ ୮୨, ୯୦, ୩୭୦ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥତା ହାର ୯୩.୪୨%କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୨.୮୭% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

କେରଳରେ ସର୍ବାଧିକ ୬, ୫୬୭ ଜଣ ସୁସ୍ଥ ହୋଇଛନ୍ତି। ପଶ୍ଚିମବଙ୍ଗରେ ୪, ୩୭୬ ଏବଂ ଦିଲ୍ଲୀରେ ୩, ୫୬୦ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲାରୁ ୭୫.୧୪% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ନୂଆ ମାମଲା ବୃଦ୍ଧି ପାଉଥିବା ବେଳେ ଗତକାଲି ଆସିଛି ୩, ୭୯୭ ମାମଲା। ପଶ୍ଚିମବଙ୍ଗରେ ୩, ୦୧୨ ନୂଆ ମାମଲା ଆସିଥିବା ବେଳେ କେରଳରେ ଆସିଛି ୨, ୭୧୦ ମାମଲା।

ଗତ ୨୪ ଘଣ୍ଟା ମଧ୍ୟରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୭୮-୪୦% ମୃତ୍ୟୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି। ଏଥିରୁ ଏକ ପଞ୍ଚମାଂଶରୁ ଅଧିକ ଅର୍ଥାତ ୨୨.୭୬% ଦିଲ୍ଲୀରୁ (୯୯ ମୃତ୍ୟୁ) ଆସିଛି। ଏହା ପଛକୁ ମହାରାଷ୍ଟ୍ରରେ ୬୦ ଏବଂ ପଶ୍ଚିମବଙ୍ଗରେ ୫୩ ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.