Home ଓଡ଼ିଶା ଅଗ୍ନୀଶମ ବାହିନୀ ଓ ବନ ବିଭାଗ ଦ୍ୱାରା କୁଅ ଭିତରୁ ବାର୍‌ହା ଉଦ୍ଧାର

ଅଗ୍ନୀଶମ ବାହିନୀ ଓ ବନ ବିଭାଗ ଦ୍ୱାରା କୁଅ ଭିତରୁ ବାର୍‌ହା ଉଦ୍ଧାର

240

ନୟାଗଡ/୧୪/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ବନାଂଚଳର ବ୍ରଜରାଜପୁର ଗ୍ରାମ ପଂଚାୟତ କୁଞ୍ଜବନ ଗ୍ରାମ ସରପଂଚ ଶୁକାନ୍ତ ସାମନ୍ତରାୟଙ୍କ ବାଡିପଟ କୂଅରେ ଗତ ୧୩ ତାରିଖ ରାତିରେ ୨ଟି ବାର୍‌ହା ଖସି ପଡିଥିଲେ । ସକାଳୁ କୂଅ ଭିତରେ ବାର୍‌ହାକୁ ଦେଖି ବନ ବିଭାଗ ଓ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ । ଉଭୟ ବିଭାଗ ବହୁ ଚେଷ୍ଟା କରି ବାର୍‌ହା ୨ଟିକୁ ଉଦ୍ଧାର କରିଥିଲେ । ୨ଗୋଟି ବାର୍‌ହା ଦୌଡି ପଳାଇ ଯାଇଥିଲେ । ସେମଧ୍ୟରୁ ଗୋଟିଏ ବାର୍‌ହା ସାନ ଲତାର ନିରୁପମା ଆଚାର୍ଯ୍ୟଙ୍କ ଘରେ ପଶି ଯାଇଥିଲା । ତାଙ୍କ ଘର ଭିତରେ ବହୁ ସାମଗ୍ରୀ ନଷ୍ଟ କରିଥିଲା । ବନ ବିଭାଗ ସେଠାରେ ପହଁଚି ଗ୍ରାମବାସୀଙ୍କ ସହାୟତାରେ ବାର୍‌ହାଟିକୁ କାବୁ କରି ନେଇଥିଲେ । ଫରେଷ୍ଟର କୈବଲ୍ୟ ବେହେରା ଓ ବନ କର୍ମଚାରୀମାନେ କାବୁ କରିଥିବା ବାର୍‌ହାଟିକୁ ପ୍ରାଥମିକ ଚିକିତ୍ସା ପରେ ରଣପୁର ବନାଂଚଳର ବ୍ରାହ୍ମଣକୁମ୍ଭୀ ନିକଟ ଏକ ନଦୀକୁଳେ ଛାଡିଥିବା ସୁଚନା ମିଳିଛି । ଅପରପକ୍ଷେ ନିରୁପମା ଆଚାର୍ଯ୍ୟଙ୍କ ଘରେ ପଶି ବାର୍‌ହାଟି ୨୦ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ନଷ୍ଟ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.