Home ଓଡ଼ିଶା ଆଜି ମନମୋହନ ମହାପାତ୍ରଙ୍କ ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ

ଆଜି ମନମୋହନ ମହାପାତ୍ରଙ୍କ ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ

98

ଭୁବନେଶ୍ୱର୧୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରିୟ ମର୍ଯ୍ୟଦା ସହ ପରଲୋକଗତ ଓଡିଆ ସିନେ ଦୁନିଆର ଜଣାଶୁଣା ନିର୍ଦ୍ଦେଶକ, ନିର୍ମାତା ଓ ଲେଖକ ମନମୋହନ ମହାପାତ୍ର ଶେଷକୃତ୍ୟ ସମ୍ପନ୍ନ ହେବ । ପୁରୀରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ମନମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗତ କାଲି ୬୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୯୫୧ ମସିହା ନଭେମ୍ବର ୧୦ରେ ଖୋର୍ଦ୍ଧା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମନମୋହନ । ନୀରବ ଝଡ, ନିଶିଦ୍ଧ ସ୍ୱପ୍ନ, କିଛି ସ୍ମୃତି.. କିଛି ଅନୁଭୁତି, ଅନ୍ଧ ଦିଗନ୍ତ, ବିନୟ ସମୟ, ଅଗ୍ନିବୀଣା, ମହୁରତ ପରି ଅନେକ ସିନେମା ଭେଟିଦେଇଛନ୍ତି ମନମୋହନ ମହାପାତ୍ର । ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନେକଥର ପୁରସ୍କୃତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.