Home ଓଡ଼ିଶା  ଅଗ୍ନିକାଣ୍ଡ ଘଟି ଗର୍ଭବତୀ ଗାଈ ଜିଅନ୍ତା ଜଳିଗଲା ସରକାରୀ ସହାୟତା ଦାବୀ

 ଅଗ୍ନିକାଣ୍ଡ ଘଟି ଗର୍ଭବତୀ ଗାଈ ଜିଅନ୍ତା ଜଳିଗଲା ସରକାରୀ ସହାୟତା ଦାବୀ

39

ନୟାଗଡ/୨୬/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ତହସିଲ ରାଜସୁନାଖଳା ଗ୍ରାମପଞ୍ଚାୟତ ଦୁଧିଆମୁଣ୍ଡିଆ ରଘୁନାଥପୁର ବସ୍ତି ରେ ଫେବୃୟାରୀ ୨୬ ତାରିଖ ଦିବା ୧୧ ଘଟିକା ସମୟରେ ଏକ ଅଭାବନୀୟ ଦୁଃଖଦ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଘରେ କେହି ନଥିବା ବେଳେ ସର୍ଟ ସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟି ବସ୍ତି ରେ ଥିବା ଦୁଇ ବଖରା ଘର ସହ ୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଘରର ଆସବାବ ପତ୍ର ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏଥି ସହ ଘରେ ଥିବା ଏକ ଗର୍ଭବତୀ ଗାଈ ଜିଅନ୍ତା ପୋଡି ପାଉଁଶ ହୋଇଯାଇଅଛି । ଗୃହ ମାଲିକ ଦିନବନ୍ଧୁ ସାହୁ ଗାଁ ଗାଁ ବୁଲି ଲୁଗାପଟା ବିକ୍ରୟ କରିବାକୁ ଯାଇଥିଲେ ।

ଅଗ୍ନିକାଣ୍ଡ ସମୟରେ ଗୃହ ମାଲିକ ଙ୍କ ସ୍ତ୍ରୀ ସୀତା ସାହୁ ମଧ୍ୟ ଘରେ ଅନୁପସ୍ଥିତ ଥିଲେ । ବୋଲଗଡ ଦମକଳ୍ ବାହିନୀ ଘଟଣା ସ୍ଥଳ ରେ ପହଂଚି ନିଆଁ ଲିଭାଇ ଥିଲେ । ଦିନବନ୍ଧୁ ସାହୁ ଓ ସୀତା ସାହୁ ଜଣେ ଗରିବ ନିରିହ ବସ୍ତି ବାସିନ୍ଦା ହୋଇଥିବାରୁ ସ୍ଥାନୀୟ ସମାଜ ସେବୀ ସଚ୍ଚିକାନ୍ତ ଷଡଙ୍ଗୀ  ରାଜସୁନାଖଳା ରାଜସ୍ୱ ଅଧିକାରୀ , ରଣପୁର ତହସିଲଦାର , ରଣପୁର ଥାନା ଇନିସ୍ପେକ୍ଟର ଓ ରଣପୁର ବିଧାୟକ ଙ୍କୁ ସୀତା ସାହୁ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା କୁ ଦାବୀ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.