Home ଓଡ଼ିଶା ୫ ପାଇଲଟ ଙ୍କୁ ବାୟୁସେନା ପଦକ

୫ ପାଇଲଟ ଙ୍କୁ ବାୟୁସେନା ପଦକ

210

ନୂଆଦିଲ୍ଲୀ, ୧୪ା୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ସାହସିକତା ପାଇଁ କାଲି ପାଞ୍ଚ ପାଇଲଟଙ୍କୁ ବାୟୁସେନା ପଦକ ମିଳିବ । ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଶିବିର ଧ୍ୱଂସ କରିଥିଲେ । ୫ଜଣ ଯାକ ମିରାଜ-୨୦୦୦ ଯୁଦ୍ଧ ବିମାନର ପାଇଲଟ ।
ସେହିପରି କାଲି ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପରମବୀର ଚକ୍ର ସମ୍ମାନ ମିଳିବ । ସ୍କ୍ୱାଡ୍ରନ ଲିଡ଼ର ମିଣ୍ଟି ଅଗ୍ରୱାଲଙ୍କୁ ଆସନ୍ତାକାଲି ଯୁଦ୍ଧସେବା ପଦକ ମିଳିବ । ଭାରତ-ପାକିସ୍ତାନ ବିମାନ ଲଢ଼େଇରେ ସାହସିକତା ଦେଖାଇଥଲେ ମିଣ୍ଟି । ଯବାନ ପ୍ରକାଶ ଯାଦବଙ୍କୁ ମରଣୋତ୍ତର ଭାବେ କୀର୍ତ୍ତିଚକ୍ର ମିଳିବ । ଜାମ୍ମୁ ଓ କାଶ୍ମୀରରେ ଅପରେସନ ବେଳେ ସାହସିକତା ଦେଖାଇଥିଲେ ପ୍ରକାଶ । ପାଞ୍ଚ ସହିଦଙ୍କ ସମେତ ୮ ସ୍ଥଳସେନା ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ମିଳିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.