Home ଜିଲ୍ଲା ପରିକ୍ରମା ୩୦ତମ ରାଜ୍ୟସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା

୩୦ତମ ରାଜ୍ୟସ୍ତରୀୟ କନିଷ୍ଠ ହ୍ୟାଣ୍ଡବଲ ପ୍ରତିଯୋଗିତା

9

ଭଦ୍ରକ, ୯ା୬ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ହ୍ୟାଣ୍ଡବଲ ସଂଘ ଆନୁକୁଲ୍ୟରେ ଓ ରାଜ୍ୟ ହ୍ୟାଣ୍ଡବଲ ସଂଘ ସହଯୋଗ ରେ ପିଏମ୍ ଶ୍ରୀ ବିଏମ୍ ବାଗୁରାଉ ବିଦ୍ୟାଳୟ ପଡ଼ିଆରେ ୩୦ତମ ରାଜ୍ୟସ୍ତରୀୟ କନିଷ୍ଠ ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତା ଟି ପିଏମ୍ ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲ ପଡିଆରେ ୮ ଓ ୯ ଦିନ ଧରି ଅନୁଷ୍ଠିତ ହୋଇଥିଲ। ଏହି ପ୍ରତିଯୋଗିତାରେ ୧୮ ଜିଲ୍ଲା ରୁ ମୋଟ ୩୨୧ ଜଣ ଖେଳାଳା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବରେ ଦିଲିପ୍ କୁମାର ରାଏ ଜିଲ୍ଲାପାଳ ଭଦ୍ରକ ,ଅଜୟ କୁମାର ନାୟକ ,ଗୋଲକ ନାୟକ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ , ଜିଲ୍ଲା ସଂପାଦକ, ସଭାପତି, କାଉନ୍ସିଲର୍ .ସ୍ୱାଗତିକା ନାୟକ ପ୍ରମୁଖ ଯୋଗ ଦେଇଥିବାବେଳେ ଉଦଯାପନି ଉତ୍ସବରେ ଅତିରିକ୍ତ ଉପ ଜିଲ୍ଲାପାଳ ତଥା ଜିଲ୍ଲା କ୍ରିତା ଅଧିକାରୀ,ଶ୍ୟାମଲ କୁମାର ରାଏ ରମେଶ କୁମାର ମହାନ୍ତି ସ୍ୱତନ୍ତ୍ର କ୍ରିତା ଅଧିକାରୀ, ରାଜ୍ୟ ସଂପାଦକ ବିରେନ୍ ବେହେରା, ଡା ରବିନ୍ଦ୍ର କୁମାର ନାୟକ , ତପନ କୁମାର ମିଶ୍ର , ଅଣ୍ଣବ ସିନା ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଏହି ବାଳିକା ବର୍ଗରେ ଭୁବନେଶ୍ୱର ଯୁଗ୍ମ ବିଜେତା ହୋଇଥିବା ବେଳେ ପୁରୀ ବାଳକ ଓ ବାଳିକା ଯୁଗ୍ମ ଉପ ବିଜେତା ହୋଇଥିଲେ ।ଏହି ପ୍ରତିଯୋଗିତ। ଟିକୁ ପରିଚାଳନା କରିବାରେ ସେକ୍ ଗୋଲାପ ,ମନୋଜ ସାହୁ , ରବିନାରାୟଣ, ମହାନ୍ତି। ସୁଖାନ୍ତ କେନା , ତପନ ମିଶ୍ର.,ରାଜେସ ନାୟକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.