Home ଜିଲ୍ଲା ପରିକ୍ରମା ୩ୟ ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ

୩ୟ ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ

68

ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ନୂଆ ରାଜବାଟୀ କଲ୍ୟାଣ ମଣ୍ଡପଠାରେ ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ୩ୟ ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ନୟାଗଡ଼ ମାର୍ଶଲ ଆର୍ଟ ଏକାଡେମୀ, ଓଡ଼ଗାଁ ଟାଇକୋଣ୍ଡ ଏକାଡେମୀ, ଦଶପଲ୍ଲା ଟାଇକୋଣ୍ଡ ଏକାଡେମୀ, ବୁଦ୍ଧିଷ୍ଟ ଟାଇକୋଣ୍ଡ ଏକାଡେମୀ, ମିରାମ୍ବିକା ଟାଇକୋଣ୍ଡା ଏକାଡେମୀ ଓ ଦି ମଦର ଟାଇକୋଣ୍ଡ ଏକାଡେମୀ ରୁ ୧୦୦ରୁ ଉର୍ଦ୍ଧ୍ୱ ବାଳକ ବାଳିକା ପ୍ରତିଯୋଗୀତା ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗୀତାରେ ସ୍ୱର୍ଣ୍ଣ, ରୌପ୍ୟ, କାଂସ୍ୟ ପଦକ ପାଇଥିବା ଖେଳାଳୀମାନେ ସେପ୍ଟେମ୍ବର ମାସରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ। ଏହି ପ୍ରତିଯୋଗୀତାକୁ ଓଡ଼ିଶା ଟାଇକୋଣ୍ଡ ସଂଘର ସାଧାରଣ ସଂପାଦକ ମନମୋହନ ଭଞ୍ଜଙ୍କ ତତ୍ତ୍ୱାବଧାନରେ ଜାତୀୟ ରେଫରୀ ଭୁବନେଶ୍ୱରର ସାଗର କୁମାର ବିଶୋଇ, ଖୋରଧାର ଅଜୟ କୁମାର ସାହୁ, ରେଶମା ବିଶ୍ୱାଳ, ରିତିକତ ବିଶ୍ୱାଳ ଓ ନୟାଗଡ଼ର ଦିବ୍ୟ ରଂଜନ ବରାଡ଼ ସହକାରୀତାରେ ପ୍ରତିଯୋଗୀତାକୁ ଆଗେଇ ନେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଭାଷାକାର ରାମକୃଷ୍ଣ ରଥ ଅତିଥିଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଏବଂ ନୟାଗଡ଼ରେ ଟାଇକୋଣ୍ଡ ଭଳି ଏକ ଲୋକପ୍ରିୟ ଖେଳର ସଫଳତା କାମନା କରିଥିଲେ। ଜିଲା ସଂଘର ସାଧାରଣ ସଂପାଦକ ଭବାନୀ ଶଙ୍କର ରାୟଗୁରୁ ଏହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.