Home କେନ୍ଦୁଝର ୩ମାସ ହେଲା ମିଳୁନି କିରୋସିନି, ପଞ୍ଚାୟତ ଘେରିଲେ ଖାଉଟିି

୩ମାସ ହେଲା ମିଳୁନି କିରୋସିନି, ପଞ୍ଚାୟତ ଘେରିଲେ ଖାଉଟିି

155

ହାଟଡିହି ୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ହିତାଧିକାରୀ ମାନେ ପୁର୍ବ ତିନିମାସର କିରୋସିନି ପାଇ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାସହ ଆଜି ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରି ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ସେମାନଙକ ଅଭିଯୋଗ ଅନୁଯାଇ ରାଜ୍ୟ ସରକାର ମାର୍ଚ୍ଚ ମାସରେ କରୋନା କଟକଣା ଲାଗୁ କରିବାପରେ ପରେ ଗତ ଏପ୍ରିଲ ମାସରେ ସମସ୍ତ ହିତାଧିକାରୀଙ୍କୁ ତିନିମାସର କିରୋସିନି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ହାଟଡିହି ବ୍ଲକରେ ପ୍ରାୟ ଅଧିକାଶଂ ପଞ୍ଚାୟତରେ ଏପ୍ରିଲ ଓ ମେ ମାସ ଭିତରେ ତିନିମାସର କିରୋସିନି ବଣ୍ଟନ ହୋଇଯାଇଥିଲା । କିନ୍ତୁ ବଡ ରମ୍ପାସ ପଞ୍ଚାୟତ ବଡରମ୍ପାସ ଗ୍ରାମର ୬୪୮ ପରିବାରକୁ ଆଜି ପର୍ଯ୍ୟନ୍ତ କିରୋସିନି ପାଇପାରିଲେ ନାହିଁ । ବାରମ୍ବାର ରିଟେଲର ପାଖକୁ ଦୌଡି ଦୌଡି ହତାଶ ହେବାପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ଏହାର ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବା ଅନୁଯାଇ ଆଖ ପାଖ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଏପ୍ରିଲ, ମେ ଓ ଜୁନ ମାସର କିରାସିନି ଦିଆଯାଇଥିବାବେଳେ ଜୁଲାଇ ଯାଇ ଅଗଷ୍ଟ ହେଲାଣି କିନ୍ତୁ ଆମେ ଏପ୍ରିଲ, ମେ, ଜୁନ ମାସର କିରାସିନି ପାଇ ପାରିଲୁ ନାହିଁ । ରିଟେଲରକୁ କିରୋସିନି ଯୋଗାଇ ଦିଆଯାଉ ନଥିବାରୁ ସେ ହିତାଧିକାରୀଙ୍କୁ ବଣ୍ଟନ କରିପାର ନାହାନ୍ତି । ଏବେ ଯୋଗାଣ ବିଭାଗ କିରାସିନି ଲାପ୍‌ସ କରିଗଲା ବୋଲି କହି ଲୋକଙ୍କୁ ଠକିବାର ବାହାନା କରୁଛି ବୋଲି ପାର୍ବତୀ ଆୟଚ, ପ୍ରଦୀପ ଆୟଚ, କମଳା ଯେନା, ସ୍ୱପ୍ନାରାଣୀ ଯେନା, କବିତା ଯେନା, ଉଦ୍ଧବ ଯେନା, ନରେନ୍ଦ୍ର ଯେନା, ରବିନ୍ଦ୍ର ଜେନା, ଭୀମସେନ ପେରେଇ, କାଳନ୍ଦୀ ମାଝୀ, ଅଜୟ ବଳ, ନାରାୟଣ ବେହେରା, ସନ୍ତୋଷ ଜେନା, ଅକ୍ଷୟ କୁମାର ଜେନା, ସନ୍ତୋଷ ବଳ, ରବିନ୍ଦ୍ର ରଣା, ବିନୋଦ ରଣା ପ୍ରମୁଖ ଅଭିଯୋଗ କରିଛନ୍ତି । ଏବେ ଲୋକମାନେ ଡିବିରି ଜାଳିବା ପାଇଁ ଖୋଲା ବଜାରରୁ ୬୦ଟଙ୍କା ଦରରେ କିରୋସିନି କିଣୁଛୁ ବୋଲି କହିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କ ପ୍ରତିନିଧି ବଳରାମ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପୁର୍ବରୁ ଆମେ ଶାଳଣିଆଁରୁ କିରାସିନି ଉଠାଉ ଥିଲୁ । କିନ୍ତୁ ଗତ ଏପ୍ରିଲ, ମେ, ଜୁନ ମାସର ଆମ କୋଟା ସଇଲଙ୍ଗ ବନଦୁର୍ଗା ପ୍ରତିଷ୍ଠାନକୁ ପଳାଇଛି ବୋଲି ଯୋଗାଣ ଅଧିକାରୀ କହିବାରୁ ଆମେ ସଇଲଙ୍ଗ ଯାଇ ବୁଝିଲୁ ଯେ ସେ ମନାକଲେ । ଯାହାଦ୍ୱାରାକି ଆମକୁ କିରୋସିନି ମିଳିଲାନି । ତା ପରେ ହାଟଡିହିର ରିଟେଲର ଜଣେ ସଇଲଙ୍ଗରୁ କଣ ପାଇଁ କିରୋସିନି ଉଠାଇବ । ହାଟଡିହିରେ ଦୁଇ ଦୁଇଟି ଏଜେନସି ଥାଉ ଥାଉ କାହିଁକି ଆମ କିରୋସିନିକୁ ସଇଲଙ୍ଗ ଦେଲେ, ସଇଲଙ୍ଗରୁ କିରାସିନି ଉଠାଇଲେ ଆମକୁ ଗାଡିଭଡା ବହୁତ ଲାଗିବ ଓ ଆମେ କ୍ଷତିର ସମ୍ମୁଖିନ ହେବୁବୋଲି ଶ୍ରୀ ସାହୁ କହିଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ ଦିନେ ଦୁଇଦିନ ଭିତରେ ଆମେ ବଡରମ୍ପାସ ଗ୍ରାମବାସୀଙ୍କୁ କିରାସିନି ବଣ୍ଟନ କରିବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.