Home ଆନ୍ତର୍ଜାତୀୟ କୁଏତର ଅନେକ ପ୍ରବାସୀ ଓଡ଼ିଆ ଏବେ ଓଡ଼ିଶା ମୁହାଁ – ଭର୍ଚ୍ଚୁଆଲ୍ ମିଟ ରେ ଯୋଗ...

କୁଏତର ଅନେକ ପ୍ରବାସୀ ଓଡ଼ିଆ ଏବେ ଓଡ଼ିଶା ମୁହାଁ – ଭର୍ଚ୍ଚୁଆଲ୍ ମିଟ ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ

195

କୁଏତ ୧-ଅଗଷ୍ଟ-(ଓଡ଼ିଆ ପୁଅ) ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘର ସହଯୋଗରେ ଭରଚୁଆଲ ଗୁଗୁଲ ଦ୍ୱାରା ଏକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ମୁଖ୍ୟ ଅତିଥି ଥିଲେ। କୁଏତର ପ୍ରବାସୀ ଓଡ଼ିଆ ବିଶ୍ୱ ରଂଜନ ସାହୁଙ୍କ ସହଯୋଗରେ ସଭା ଆୟୋଜିତ ହୋଇଥିଲା।

ଭାରତୀୟ ପ୍ରବାସୀ ପରିଷଦ ସଂଘ ଓଡିଶା ଶାଖାର ସାଧାରଣ ସମ୍ପାଦକ ନିଜ ବକ୍ତବ୍ୟରେ ଉପସ୍ଥାପନା କରି କହିଥିଲେ, ବର୍ତ୍ତମାନ ସୁଦ୍ଧା ୫୭୦ ପ୍ରବାସୀ ଓଡ଼ିଆ ବିଦେଶରୁ ଓଡିଶା ରାଜ୍ୟକୁ ଫେରିଛନ୍ତି। ଆଶା କରୁଛୁ ଆହୁରି ୩୦୦ ପ୍ରବାସୀ ଓଡିଆ, ଓଡିଶାକୁ ଫେରିବାର ଆଶା କରାଯାଉଛି। ବାରମ୍ବାର ବିମାନ ଉଡ଼ାଣର ତାରିଖ ପରିବର୍ତ୍ତନ ଯୋଗୁଁ ପ୍ରବାସୀ ଓଡ଼ିଆ ମାନେ ଓଡ଼ିଶା ଫେରିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେହିପରି ଅପେକ୍ଷାରେ ଥିବା ପ୍ରବାସୀ ଓଡ଼ିଆ କୁଏତରୁ ଫେରିପାରି ନଥିବାରୁ, ଏଥି ପ୍ରତି ଧ୍ୟାନ ଦେବା ନିମନ୍ତେ ଦୃଷ୍ଟିପାତ କରିଥିଲେ। ବାରମ୍ବାର ବିମାନ ଉଡ଼ାଣର ତାରିଖ ପରିବର୍ତ୍ତନ ଯୋଗୁ ପ୍ରବାସୀ ପରିବାର ଓ ପ୍ରବାସୀ ଓଡ଼ିଆ ଭାଇମାନେ ଵିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେବା ସହିତ, ବିଭିନ୍ନ ରୋଗରେ ଶିକାର ହୋଇ ଅସହ୍ୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି।

ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଜ ବକ୍ତବ୍ୟରେ କହିଥିଲେ, ସମସ୍ତ ପ୍ରକାର ସହଯୋଗ କରିବା ନିମନ୍ତେ ପ୍ରାଧାନ୍ୟ ଦେବା ସହିତ, ଏହାର ସମାଧାନ ନିମନ୍ତେ ଧ୍ୟାନ ଦେବେ।

ସଂଘର ସଭାପତି ସୁମୋଦ ଜି, ପ୍ରବାସୀ ଭାରତୀୟମାନେ ନିଜ ରାଜ୍ୟକୁ କିପରି ଯାଇ ପାରୁ ନାହାନ୍ତି, ସେ ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟିପାତ କରିଥିଲେ। ସଙ୍ଘର ଉପସଭାପତି ବିନୟ ଜି ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ମୋ ସହାୟ ସେବା ସଂସ୍ଥାର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ବିଜୟ କୁମାର ସାହୁ ଓ ସମରେନ୍ଦ୍ର କୁମାର ମହାନ୍ତି (ଫେରନ୍ତା ପ୍ରବାସୀ ଭାରତୀୟମାନଙ୍କୁ) ଭାରତରେ ଥିବା ବିଭିନ୍ନ ପ୍ରକଳ୍ପରେ କର୍ମ ନିଯୁକ୍ତି ପାଇଁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡିଆ ଗୋପାଳ ଖଣ୍ଡେଲୱାଲ, ଅଶୋକ ଲେଙ୍କା, ପ୍ରଭଜଂନ ମହାନ୍ତି, ଅଶୋକ କର, ପ୍ରକାଶ ମିଶ୍ର, ଅଜୟ ମହାନ୍ତି, ଅଶୋକ କର, ପ୍ରତାପ କୁମାର ତ୍ରିପାଠୀ, ଉପେନ୍ଦ୍ର ବେଉରିଆ,ଏମଡି ସାମିମ, ଘନଶ୍ୟାମ ପଲାଇ, ଅଶୋକ କୁମାର ସ୍ୱାଇଁ, ଯଶୋବନ୍ତ ଲେଙ୍କା, ଜିତେନ୍ଦ୍ର କୁମାର ଜେନାଆଦି ସଭ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.