Home କେନ୍ଦୁଝର ଶଙ୍କଟପାଲିଆ – ବିଦ୍ୟାଧରପୁର ରାସ୍ତା ପାଲଟିଛି ମରଣଯନ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

ଶଙ୍କଟପାଲିଆ – ବିଦ୍ୟାଧରପୁର ରାସ୍ତା ପାଲଟିଛି ମରଣଯନ୍ତା, ଗାଡି ଚଳାଚଳ ବାଧାପ୍ରାପ୍ତ

125

ହାଟଡିହି ୧ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶଙ୍କଟପାଲିଆରୁ ବିଦ୍ୟାଧରପୁର ଯାଇଥିବା ଜଳସେଚନ ବିଭାଗର ରାସ୍ତାଟି ବିଦ୍ୟାଧରପୁର ଗାଁ ନିକଟରେ ମରଣଯନ୍ତା ପାଲଟିଛି । ଏଠାରେ କେନାଲ ପୋଲ ନିର୍ମାଣ ବେଳେ ରାସ୍ତାଟି ପ୍ରତି ଗୁରୁତ୍ୱ ଦିଆନଯାଇ ତା ଉପରେ ମାଟି ପକାଇଦେବାରୁ ପିଚୁ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ବିରାଟ ବିରାଟ ଖାଲଖମା ସୃଷ୍ଟି ହୋଇ ଯାଇଛି । ଫଳରେ ଏହି ରାସ୍ତା ଉପରେ ଏବେ ବାଇକ, ସାଇକେଲ କି ୪ଚକିଆ ଯାନ ଯାତାୟତ କରି ପାରୁନି । ଏପରିକି ଦମକଳ, ଆମ୍ବୁଲାନସ ମଧ୍ୟ ଯାଇପାରୁନି । ଗତକାଲି ଏହି ରାସ୍ତାରେ ଦୁଇଟି ପିକଅପଭ୍ୟାନ ଓ ଅଟୋ ଅଟକିଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଇଥିବା ଏକ ଡାକ୍ତରୀ ଦଳ ଗାଡିରୁ ଓହ୍ଲାଇ ବାଧ୍ୟହୋଇ ଚାଲି ଚାଲି ବାଲିବରେଇ କୋଭିଡ-୧୯ ସେଣ୍ଟରକୁ ଯାଇ ପ୍ରବାସୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ବିଶେଷକରି ଏହି ରାସ୍ତା ଉପରେ ବାଲିବରେଇ, ହଦଗଡ, ବାଙ୍ଗୋର, ପଢ଼ିଆରିପଲ୍ଲୀ, ସୋସୋ ଆଦି ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୁତନ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ରାସ୍ତାଟିକୁ ମରାମତି କରି ଯାତାୟତ ଉପଯୋଗୀ କରିବାକୁ ବାଲିବରେଇ ପଞ୍ଚାୟତ ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.