Home ଜିଲ୍ଲା ପରିକ୍ରମା ୨୦୦୧ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ

୨୦୦୧ ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ

44

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଅନ୍ତର୍ଗତ ଜଳହରୀ ସାରସ୍ୱତ ଉଚ୍ଚ ବିଦ୍ୟାପୀଠ ହାଇସ୍କୁଲ ୨୦୦୧ ବ୍ୟାଚ ମ୍ୟାଟ୍ରିକ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ଉତ୍ôସବ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ପ୍ରକ୍ତନ ପ୍ରଧାନଶିକ୍ଷକ ପିତାମ୍ବର ରାଉତ, ଅର୍ଜ୍ଜୁନ ଚରଣ ସାହୁ, ନିତ୍ୟାନନ୍ଦ ପାରିଗ୍ରାହୀ, କାଳନ୍ଦୀ ଚରଣ ପରିଡା, କ୍ରୀଡାଶିକ୍ଷକ ନବକିଶୋର ପରିଡା, ନୀଳମଣି ପରିଡା, ପ୍ରମିଳା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମାନସ କୁମାର ଶତପଥି, ଆଲୋକ ବେହେରା, ସଚିନ ଦାସ, ଜ୍ଞାନରଞ୍ଜନ ପଣ୍ଡା, ସୁଶାନ୍ତ ନାୟକ, ଜିତେନ୍ଦ୍ର ଶତପଥି, କୁନିଆ ପରିଡା, ସୁକାନ୍ତି ବେହେରା, ଉମାରାଣୀ ନାୟକ, ନିବେଦିତା ଦାସ ପ୍ରମୁଖ ଛାତ୍ରଛାତ୍ରୀମାନେ ପୁରାତନ ଶିକ୍ଷାଗ୍ରହଣ ଦିନମାନଙ୍କର ସ୍ମୃତିକୁ ବର୍ଣ୍ଣନା କରିବା ସହ ସ୍କୁଲ ଜୀବନର ସାଥିମାନଙ୍କ ସହ ଭାବବିନିମୟ କରିଥିଲେ । ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଆଶ୍ରୀବଚନ ପ୍ରଦାନ କରି ଶୁଭ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.