Home ଜିଲ୍ଲା ପରିକ୍ରମା ୧୦ଦଫା ଦାବିନେଇ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା

୧୦ଦଫା ଦାବିନେଇ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ସାଧାରଣ ସଭା

78

ମାଲକାନଗିରି,୨୨ା୭(ଓଡିଆ ପୁଅ) ଆଜି ମାଲକାନଗିରି ଜିଲ୍ଲାବିଦ୍ୟୁତ ସେବା ସଭାଗୃହରେ ଓଡିଶା ବିଦ୍ୟୁତ କର୍ମଚାରୀ ସଂଘ ମାଲକାନଗିରି ଜିଲ୍ଲାଶାଖା ପ କ୍ଷରୁ ୧୦ଦଫା ଦାବିନେଇ ସଂଘର ଉପଦେଷ୍ଟା ରାମକୃଷ୍ଣସାହୁଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି । ଦାବି ଗୁଡିକ ମଧ୍ୟରେ ଜିଲ୍ଲାରେ ବିଦ୍ୟୁତବିଭାଗରେ ଖାଲିପଡିଥିବା ପଦବିଗୁଡିକ ଯୋଗ୍ୟତା ଭିତିରେ ପୁରଣକରିବା,ଠିକା କର୍ମଚାରୀଙ୍କୁ ନିୟମିତ କରିବାସହିତ ମାସିକ ବେତନ ବୃଦ୍ଧିକରାଯାଉ,କିରାଣୀ (ବି )ରୁ ଓଏଜି(୩) ହୋଇଥିବା କର୍ମଚାରି ଙ୍କ କ୍ଷେତ୍ରରେ ଆରଏସିପି,ଏମଏସିପି କିପରି ଲାଗୁହେବ ତାହାର ବିଜ୍ଞପ୍ତି ପ୍ରକାଶ କରାଯାଉ,କନିଷ୍ଟ ହିସାବରକ୍ଷକ ଓ ମୁଖ୍ୟକିରଣୀ ଙ୍କ କ୍ଷେତ୍ରରେ ଜିପି ୩୩୦୦ପରିବର୍ତେ ୪୨୦୦ ଲାଗୁ କରାଯାଉ,ବିଦ୍ୟୁତ କର୍ମଚାରିଙ୍କ ପାଇଁ ସୁରକ୍ଷା ସାମଗ୍ରୀ ପ୍ରଦାନ ସହିତ ସୁରକ୍ଷା ତାଲିମ ଦିଆ ଯାଉ,ଏଲ.ଏମ(ବି)ର ଜିପି ୨୮୦୦ କରାଯାଉ,ଡିଭିଜନ ସ୍ତରରେ ଚାର୍ଜମେନ ପଦବି ସୃଷ୍ଟିକରାଯାଉ,ଲାଇନମେନ ମାନଙ୍କୁ ଓଭରଟାଇମ କାମ ପାଇଁ ଅଧିକପାରିଶ୍ରମିକ ସହ ଟେଲିଫୋନ ଏଲାଉନ୍ସ ଦିଆ ଯାଉ,ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଦ୍ୟୁତକର୍ମଚାରି ମାନଙ୍କୁ ନକ୍ସଲ ଏଲାଉନ୍ସ ଦିଆଯାଉ ବୋଲି ଆଦି ଦାବି ରହିଛି । ଏହି ସାଧରଣ ସଭାରେ କେନ୍ଦ୍ରୀୟ ସଭାପତି ଅକ୍ଷୟକୁମାର ତ୍ରୀପାଠୀ,ସାଧାରଣ ସମ୍ପାଦକ ପ୍ରଶାନ୍ତକୁମାର ମହାପାତ୍ର,ଉପସଭାପତି ପ୍ରଫୁଲ ପଟନାୟକ,କାର୍ଯ୍ୟକାରି ସଭାପତି ଦିନବନ୍ଧୁ ମହାନ୍ତି,ଯୁଗ୍ମସମ୍ପାଦକ ସୂର୍ଯ୍ୟନାରାୟଣ ବିଷୋୟୀ ଓ ଡିଭିଜନ ସମ୍ପାଦକ ମଳୟକୁମାର ପଟନାୟକ,ଉପଦେଷ୍ଟା ସର୍ବେଶ୍ବର ସତପଥୀ,ସମ୍ପାଦକ ଗୌରହରି ସାମଲ,ସୁନିଲକୁମାର ସାବତ,ପି.ସନ୍ତୋଷକୁମାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଏହି ସାଧରଣ ସଭାରେ ମାଲକାନଗିରି ଜିଲ୍ଲାର ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ଶତାଧିକ କର୍ମଚାରି ମାନେ ଯୋଗଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ କେନ୍ଦ୍ରୀୟ ନେତୃମଣ୍ଡଳୀ ଙ୍କ ନିକଟରେ ଉପସ୍ଥାପନକରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.