Home Top News ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫ରେ ପହଞ୍ଚିଲା – ଆର୍ଦ୍ରଭୂମି ମାନ୍ୟତା ପାଇଲା...

ସ୍ବାଧୀନତାର ୭୫ତମ ବର୍ଷରେ ରାମସାର କ୍ଷେତ୍ର ସଂଖ୍ୟା ୭୫ରେ ପହଞ୍ଚିଲା – ଆର୍ଦ୍ରଭୂମି ମାନ୍ୟତା ପାଇଲା ଓଡ଼ିଶାର ତାମ୍ପରା ହ୍ରଦ, ହୀରାକୁଦ ଜଳଭଣ୍ଡାର ଏବଂ ଅଂଶୁପା ହ୍ରଦ

78

– ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କଲେ ଭାରତ ସରକାର
ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) ସ୍ବାଧୀନତାର ୭୫ତମ ବର୍ଷରେ ଭାରତ ସରକାର ଆଉ ୧୧ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛନ୍ତି, ଫଳରେ ଦେଶରେ ମୋଟ୍ ରାମସାର କ୍ଷେତ୍ରର କ୍ଷେତ୍ରଫଳ ୧୩, ୨୬, ୬୭୭ରେ ପହଞ୍ଚିଛି। ଏଥିରେ ଓଡ଼ିଶାର ୩ଟି ଆର୍ଦ୍ରଭୂମି ସାମିଲ ରହିଛି। ଏଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାରେ ଥିବା ଅଂଶୁପା ହ୍ରଦ।

ରାମସାର ତାଲିକାରେ ନୂଆ କରି ସାମିଲ ହୋଇଥିବା ୧୧ଟି ଆର୍ଦ୍ରଭୂମି ମଧ୍ୟରେ ତାମିଲନାଡ଼ୁର ୪ଟି, ଓଡ଼ିଶାର ୩ଟି ଏବଂ ଜମ୍ମୁ ଓ କଶ୍ମୀରର ଦୁଇଟି କ୍ଷେତ୍ର ସାମିଲ ରହିଛି। ସେହିପରି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ଗୋଟିଏ ଲେଖାଏଁ କ୍ଷେତ୍ର ସାମିଲ ରହିଛି। ରାମସାର ତାଲିକାରେ ସାମିଲ ହେବା ପରେ ଏସବୁ ଆର୍ଦ୍ରଭୂମିର ସଂରକ୍ଷଣ ଓ ପରିଚାଳନା ସମେତ ସମ୍ପଦର ସୁବିନିଯୋଗ ସମ୍ଭବ ହୋଇପାରିବ।

୧୯୭୧ ମସିହାରେ ଇରାନର ରାମସାର ଠାରେ ସ୍ବାକ୍ଷରିତ ହୋଇଥିବା ରାମସାର ସମ୍ମିଳନୀରେ ଭାରତ ଅନ୍ୟତମ ଚୁକ୍ତିବଦ୍ଧ ରାଷ୍ଟ୍ର ଭାବେ ସାମିଲ ହୋଇଛି। ଭାରତ ୧ ଫେବୃଆରୀ ୧୯୮୨ରେ ରାମସାର ରାଜିନାମରେ ସ୍ବାକ୍ଷର କରିଥିଲା। ୧୯୮୨ରୁ ୨୦୧୩ ମଧ୍ୟରେ ମୋଟ୍ ୨୬ଟି କ୍ଷେତ୍ରକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରାଯାଇଥିଲା। ତେବେ ୨୦୧୪ରୁ ୨୦୨୨ ମଧ୍ୟରେ ଦେଶ ୪୯ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ତାଲିକାରେ ସାମିଲ କରିଛି।

ଚଳିତ ବର୍ଷ (୨୦୨୨)ରେ କେବଳ ୨୮ଟି ଆର୍ଦ୍ରଭୂମିକୁ ରାମସାର କ୍ଷେତ୍ର ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ୧୯ଟି ଆର୍ଦ୍ରଭୂମିକୁ ରାମସାର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୨୦୨୧ରେ ୧୪ଟି କ୍ଷେତ୍ରକୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ତାମିଲନାଡ଼ୁରେ ସର୍ବାଧିକ ୧୪ଟି ରାମସାର କ୍ଷେତ୍ର ଥିବା ବେଳେ ୧୦ଟି ରାମସାର କ୍ଷେତ୍ର ସହ ଉତ୍ତର ପ୍ରଦେଶ ଦ୍ବିତୀୟ ସ୍ଥାନରେ ରହିଛି।

ନୂଆ କରି ରାମସାର ମାନ୍ୟତା ଲାଭ କରିଥିବା ୧୧ଟି ଆର୍ଦ୍ରଭୂମିର ବିବରଣୀ ନିମ୍ନରେ ଦିଆଗଲା

କ୍ରଂ ସଂ ଆର୍ଦ୍ରଭୂମିର ନାମ କ୍ଷେତ୍ରଫଳ ହେକ୍ଟରରେ ରାଜ୍ୟ
1. ତାମ୍ପରା ହ୍ରଦ 300 ଓଡ଼ିଶା
2. ହୀରାକୁଦ ଜଳଭଣ୍ଡାର 65400
3. ଅଂଶୁପା ହ୍ରଦ 231
4. ଯଶୱନ୍ତ ସାଗାର 822.90 ମଧ୍ୟପ୍ରଦେଶ
5. ଚିତ୍ରଙ୍ଗୁଡ଼ି ପକ୍ଷୀ ଅଭୟାରଣ୍ୟ 260.47 ତାମିଲନାଡ଼ୁ
6. ସୁଚିନ୍ଦ୍ରମ ତେରୁର ଆର୍ଦ୍ରଭୂମି ପରିସର 94.23
7. ବଦୁଭୂର ପକ୍ଷୀ ଅଭୟାରଣ୍ୟ 112.64
8. କଞ୍ଜିରଙ୍କୁଲମ ପକ୍ଷୀ ଅଭୟାରଣ୍ୟ 96.89
9. ଥାନେ କ୍ରିକ୍‌ 6521.08 ମହାରାଷ୍ଟ୍ର
10. ହାଇଗମ ଆଦ୍ରର୍ଭୂମି ସଂରକ୍ଷଣ ଅଭୟାରଣ୍ୟ 801.82 ଜମ୍ମୁ ଓ କଶ୍ମୀର
11. ଶାଲବଗ ଆର୍ଦ୍ରଭୂମି ସଂରକ୍ଷଣ ଅଭୟାରଣ୍ୟ 1675
  ୧୧ଟି ରାମସାର କ୍ଷେତ୍ରର ମୋଟ୍କ୍ଷେତ୍ରଫଳ 76316  

୭୫ଟି ରାମସାର କ୍ଷେତ୍ରର ବର୍ଷୱାରୀ ମାନ୍ୟତା

କ୍ରଂସଂଖ୍ୟା ମାନ୍ୟତା ବର୍ଷ ମାନ୍ୟତା ପ୍ରାପ୍ତ କ୍ଷେତ୍ର ସଂଖ୍ୟା

(ମାନ୍ୟତା ତାରିଖ ଅନୁଯାୟୀ)

 

2013 ପର୍ଯ୍ୟନ୍ତ ମାନ୍ୟତାପ୍ରାପ୍ତ କ୍ଷେତ୍ର ଏବଂ ୨୦୧୪ ପରେ ଏବେ ସୁଦ୍ଧା

 

ସାମିଲ କ୍ଷେତ୍ର ସଂଖ୍ୟା ହେକ୍ଟରରେ
1 1981 2 26

(1981 to 2013)

 

633871
2 1990 4
3 2002 13
4 2005 6
5 2012 1
6 2019 11 49

(2014 to 2022)

 

692807

 

7 2020 5
8 2021 14
9 2022 19
  Total 75 75 1326678

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.