Home ଓଡ଼ିଶା ପୁରୀ ଜିଲ୍ଲାରେ ଥିବା ଲୁଣା ବନ୍ଧର ସୃଦୃଢ଼ୀ କରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ

ପୁରୀ ଜିଲ୍ଲାରେ ଥିବା ଲୁଣା ବନ୍ଧର ସୃଦୃଢ଼ୀ କରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ

36

ପୁରୀ ୧୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ ଥିବା ଲୁଣା ବନ୍ଧର ସୃଦୃଢ଼ୀ କରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥି ପାଇଁ ରାଜ୍ୟ ସରକାର ୧୩୨କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାରେ ପୁରୀ ଜିଲ୍ଲାର ୪ଟି ବ୍ଲକ୍ କୃଷ୍ଣ ପ୍ରସାଦ, ବ୍ରହ୍ମ ଗିରି, କାକଟପୁର ଓ ଅସ୍ତରଙ୍ଗ ରେ ଥିବା ୪୧ କିଲୋମିଟର ଲୁଣା ବନ୍ଧ କୁ ସୁଦୃଢ଼ୀ କରଣ କାର୍ଯ୍ୟ ହେବ। ଫଳରେ ବନ୍ୟା, ବାତ୍ୟା, ସମୁଦ୍ର ଉଚ୍ଚ ଜୁଆର ଯୋଗୁଁ ବନ୍ଧ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଲୋକ ମାନେ ସୁରକ୍ଷିତ ଭାବେ ବସବାସ କରି ପାରିବେ। ସେହିପରି ଜମି ରେ ଆଉ ଲୁଣା ପାଣି ମାଡ଼ିବ ନାହିଁ। ଚାଷୀ ମାନେ ଫସଲ କରି ପାରିବେ। ପୁରୀ ଜିଲ୍ଲା ପାଇଁ ୮ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ସବୁଠୁ ବଡ କଥା ହେଉଛି ଏହି ଲୁଣା ବନ୍ଧ ଯେଭଳି ୨୫୦ କିଲୋମିଟର ର ପବନ ର ବାତ୍ୟା ମଧ୍ୟ ସହ୍ୟ କରିପାରିବ। ବନ୍ଧର କୌଣସି କ୍ଷତି ହେବ ନାହିଁ ତାକୁ ଦୃଷ୍ଟି ରେ ରଖାଯାଇ କାର୍ଯ୍ୟ ହେବ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲାର ଲୋକଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନେଇ ଥିବା ହେତୁ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ସ୍ଵାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.