Home କେନ୍ଦୁଝର ସେଲର ପାର୍କରେ ବିପ୍ଳବୀ ଧରାଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିକୁ କତ୍ତୃପକ୍ଷଙ୍କ ଅଣଦେଖା

ସେଲର ପାର୍କରେ ବିପ୍ଳବୀ ଧରାଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିକୁ କତ୍ତୃପକ୍ଷଙ୍କ ଅଣଦେଖା

212

ବଡ଼ବିଲ, ତା ୨୭ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ୧୮୯୧ ମସିହାରେ ସଂଗଠିତ ହୋଇଥିବା ଭୂୟାଁ ମେଳି ବା ଧରଣୀଧର ବିଦ୍ରୋହ କେନ୍ଦୁଝର ତଥା ଓଡିଶା ଇତିହାସରେ ଏକ ଚର୍ଚ୍ଚିତ ଘଟଣା । ସେତେ ବେଳେ କେନ୍ଦୁଝରରେ ଚାଲିଥାଏ ରାଜା ଧନୁର୍ଜୟ ଭଞ୍ଜଙ୍କ ଶାସନ, ତାହା ବି ତତ୍କାଳୀନ ବ୍ରିଟିଶ ଶାସକଙ୍କ ସମର୍ଥନରେ । ରାଜତନ୍ତ୍ର ଓ ରାଜ କର୍ମଚାରୀଙ୍କର ଅନ୍ୟାୟ ଅତ୍ୟାଚାରରେ ଅତିଷ୍ଠ ଥିବା କେନ୍ଦୁଝରବାସୀଙ୍କ ବିଦ୍ରୋହର ନିଆଁକୁ ଦୁଇ ଗୁଣିତ କରେ । ମାଛ_କାନ୍ଦଣା ଜଳ ପ୍ରପାତର ଖନନ କାର୍ଯ୍ୟରେ ଆଖପାଖ ଗ୍ରାମର ଲୋକଙ୍କୁ ବେଠି ଖଟେଇବା । ଏହିପରି ଅବସ୍ଥା ଭୂୟାଁମାନଙ୍କୁ ଏକତ୍ର ହେବାର ସୁଯୋଗ ଦେଇଥିଲା । ଧରଣୀଧରଙ୍କ ପରାମର୍ଶ କ୍ରମେ #ରିମୂଳି ଓ #ହାଣ୍ଡିଭଙ୍ଗା ଠାରେ ବେଠି ପ୍ରଥା ବିରୁଦ୍ଧରେ ବୈଠକମାନ ବସୁଥିଲା । ସେଠାରେ ସେମାନେ ନିଷ୍ପତ୍ତି ନେଇଥିଲେ ଯେ ରାଜାଙ୍କ କ୍ରୁର ଆସିଷ୍ଟାଣ୍ଡ ମେନେଜର ବିଚିତ୍ରାନନ୍ଦ ଦାସଙ୍କୁ ହାଣିବେ ଓ ରାଜାଙ୍କୁ ଗାଦିଚ୍ୟୁତ କରିବେ । ଏହି ବୈଠକ ପରେ ପରେ ଧରଣୀଧରଙ୍କ ନିଷ୍ପତ୍ତିକୁ କେନ୍ଦୁଝର ଜିଲ୍ଲାରେ ଥିବା ବାଥୁଡି , ସାଉନ୍ତି , ଗଣ୍ଡ , ଜୁଆଙ୍ଗ, କୋଲ୍ଲ ଆଦି ଆଦିବାସୀ ସମ୍ପ୍ରଦାୟ ତଥା ସାଧାରଣ ବର୍ଗର ଲୋକମାନେ ମଧ୍ୟ ସମର୍ଥନ କରି ବିପ୍ଳବରେ ଝାସ ଦେଲେ । କେଉଁ ବର୍ଗର କେତେ ସଂଖ୍ୟକ ଲୋକ ସାମିଲ ଥିଲେ ତାହା କହି ହେବନାହିଁ । କିନ୍ତୁ ସବୁ ବର୍ଗରେ ଦୁଇ ତିନି ଜଣ ଲେଖାଏଁ ଟାଣୁଆ ବିପ୍ଲବୀ ଥିଲେ, ଯେଉଁମାନେ ବିଦ୍ରୋହର ନେତୃତ୍ୱ ନେଉଥିଲେ ଓ ଧରଣୀଧରଙ୍କ ସବୁ ସନ୍ଦେଶ ପ୍ରଜାମାନଙ୍କ ପାଖକୁ ପହଞ୍ଚାଉଥିଲେ । କେବଳ ଭୂୟାଁ ସମ୍ପ୍ରଦାୟ ଭିତରେ ସୀମିତ ନରହି ଆନ୍ଦୋଳନଟି ସେତେ ବେଳେ ସମଗ୍ର ଆଦିବାସୀ ସମାଜକୁ ବ୍ୟାପି ଯାଇଥିଲା । ସମଗ୍ର ଆଦିବାସୀ ସମାଜ ମହାନ ବିପ୍ଲବୀ ଧରଣୀଧରଙ୍କୁ ନିଜର ରାଜା ବୋଲି ମାନି ନେଇଥିଲେ । ଧରଣୀଧରଙ୍କ ସ୍ୱାଧୀନ ଚେତନାରେ ସମଗ୍ର ଆଦିବାସୀ ସମାଜ ଏକ ହୋଇ ଧରଣୀଧରଙ୍କ ନିଷ୍ପତ୍ତିକୁ ସ୍ଵତପୃତ ଭାବରେ ଗ୍ରହଣ କରି ଆନ୍ଦୋଳନ କରିଥିଲେ । ତେବେ ଏହି ମହାନ୍ ବିପ୍ଲବୀ ଧରଣୀଧରଙ୍କ ଜନ୍ମ ଠିକ ଆଜିର ଦିନ ମଇ ୫ ତାରିଖ ୧୮୬୪ ମସିହାରେ କେନ୍ଦୁଝର ଜିଲ୍ଲାର ଏକ ଅଖ୍ୟାତ ଜାଗା କୁସୁମିତା ଗ୍ରାମରେ । ତାଙ୍କର ପିତା ଲକ୍ଷ୍ମଣ ନାୟକ ଓ ମାତା ବାଇଗଣୀ ଦେବୀ ,ଉଭୟ ପ୍ରଜାମେଳିର ସକ୍ରିୟ ସଦସ୍ୟ ଥିଲେ । ବିପ୍ଲବୀ ଧରଣୀଧର ଅତ୍ୟନ୍ତ ମେଧାବୀ ଓ ଚତୁର ଥିଲେ । ପାହାଡ଼ି ଭୂୟାଁ ସମ୍ପ୍ରଦାୟର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ନିଜର ବିଦ୍ୟା ଓ ବୁଦ୍ଧି ବଳରେ କେନ୍ଦୁଝର ରାଜାଙ୍କ ପାଖରେ କାର୍ଯ୍ୟ କରି ଖୁବ କମ୍ ସମୟରେ ରାଜାଙ୍କ ଅତି ପ୍ରିୟପାତ୍ର ହୋଇପାରିଥିଲେ । କିନ୍ତୁ ରାଜାଙ୍କ କ୍ଷମତା ଲୋଭୀ ଦେବାନ୍ ବିଚିତ୍ରାନନ୍ଦ ଦାସଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ସେ ରାଜ୍ୟ ଓ ରାଜାଙ୍କ ବିରୋଧୀ ହିସାବରେ ଚିତ୍ରଣ ହୋଇଥିଲେ । ସେ ଭାଙ୍ଗି ନପଡି ନିଜର ଅଦମ୍ୟ ସାହସ ଓ ବୀରତା ବଳରେ କେନ୍ଦୁଝର ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟଙ୍କ ମନର ମହାରାଜ ହୋଇପାରିଥିଲେ । ଆଜିର ଏହି ପବିତ୍ର ତିଥିରେ ତାଙ୍କର ଜନ୍ମ ଜୟନ୍ତୀ ଅବସରରେ ବହୁ ପୁରାତନ କମ୍ପାନୀ ସେଲ ତାର କାୟା ବିସ୍ତାର କରି ବଲାଣିରେ ବିପ୍ଳବୀ ଧରାଣୀଧର ଭୂୟାଁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରିଛି । ଯାହା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଆଦିବାସୀମାନଙ୍କ ମନ ଜିଣିବା ପାଇଁ ଧରାଣୀଧର ଭୂୟାଁ ଙ୍କ ପ୍ରତିମୂର୍ତ୍ତି ଆଣି ତାକୁ ଅସମ୍ମାନ କରିଛି ସେଲ କର୍ତ୍ତୃପକ୍ଷ । ଆଜି ତାହା ପ୍ରତିଛବି ଭାବରେ ଦେଖିବାକୁ ପଡେ ଏହି ବଲାଣିରେ କେନ୍ଦୁଝର ଜିଲ୍ଲାର ମହାନ ବିପ୍ଲବୀ ଧରଣୀଧର ଭୂୟାଁ ପ୍ରତିମୂର୍ତ୍ତି ସେଲର ଶିଶୁ ପାର୍କରେ ଅବଡ଼ ହେଇରହିଛି । ଯାହା ପାଇଁ କେନ୍ଦୁଝର ଜିଲ୍ଲା ଗର୍ବିତ ଅନୁଭବ କରେ, ହେଲେ ଆଜି ତାଙ୍କୁ ସେଲର କର୍ତ୍ତୃପକ୍ଷ ଅଣ ଦେଖା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.