Home ଜିଲ୍ଲା ପରିକ୍ରମା ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ଯୁବମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ

ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ଯୁବମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ

48

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ସୋମବାର ଯୁବମୋର୍ଚ୍ଚା ଟିମ ଘୋଷଣା କରିଛନ୍ତିି । ଏହି ତାଲିକାରେ ଭଦ୍ରକ ଜିଲ୍ଲାର ଯୁବନେତା ସୂର୍ଯ୍ୟବଂଶୀ ସୂରଜଙ୍କୁ ଯୁବମୋର୍ଚ୍ଚାର ରାଜ୍ୟ ସୋସିଆଲ ମିଡିଆ ସଂଯୋଜକ ଭାବେ ଦାଯିତ୍ୱ ପ୍ରଦାନ କରାଯାଇଛି । ସୋସିଆଲ ମିଡିଆ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରି ସୂରଜ କହିଛନ୍ତି ଯେ ଜିଲ୍ଲା ତଥା ରାଜ୍ୟର ତୃଣମୂଳ ସ୍ତରରେ ଯୁବକମାନଙ୍କୁ ଏକତ୍ରିତ କରି ସଂଗଠନକୁ ଆହୁରି ସୁଦୃଢ଼ କରାଯିବ । ପଦ ଘୋଷଣା ପରେ ପ୍ରଥମେ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଆଚାର୍ଯ୍ୟ, ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ତଥା ଭଦ୍ରକ ଜିଲ୍ଲା ପ୍ରଭାରୀ ତଥା ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ସେ ତାଙ୍କର କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.