Home ଜିଲ୍ଲା ପରିକ୍ରମା ପଂଚାୟତ ଭବନ ଗୃହ ନିର୍ମାଣକୁ ନେଇ ତେଜୁଛି ବିବାଦ

ପଂଚାୟତ ଭବନ ଗୃହ ନିର୍ମାଣକୁ ନେଇ ତେଜୁଛି ବିବାଦ

42

ଭଦ୍ରକ, ୧୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ କରଦା ପଂଚାୟତ ଠାରେ ଭାରତ ସରକାରଙ୍କ ଦ୍ୱାରା ପଂଚାୟତ ଭବନ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏନେଇ ଗୋଟିଏ ଗୋଷ୍ଠୀ ଜିଲାପାଳ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ, ଏହି ପଂଚାୟତର ୮ଟି ରାଜସ୍ୱ ଗ୍ରାମ ଓ ୧୫ଟି ୱାଡକୁ ନେଇ ଗଠିତ । ସେଥିମଧ୍ୟରୁ କରଦା ରାଜସ୍ୱ ଗ୍ରାମଟି ସବୁଠାରୁ ବଡ ରାଜସ୍ୱ ଗ୍ରାମ ଅଟେ । କରଦା ଠାରେ ପଂଚାୟତ କାର୍ଯ୍ୟାଳୟ, ରାଜୀବଗାନ୍ଧି ସେବା କେନ୍ଦ୍ର ଥିବା ବେଳେ ସେଠାରେ ପଂଚାୟତ ଭବନ ପାଇଁ ତହସିଲଦାର ଚିଠି ନଂ-୧୯୦୧ ତା ୧୪-୦୭-୨୦ରେ ଖାତା ନଂ-୯୯୭, ପ୍ଲଟ ନଂ-୩୪୫ରେ ୨୦ ଡିସିମିଲ ସରକାରୀ ଜମି ଚିହ୍ନଟ କରିଥିଲେ । ଏହା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ । ଏହି ପଂଚାୟତ ଭବନ ନିର୍ମାଣ ପାଇଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଓ ରାଜୀବ ସେବା କେନ୍ଦ୍ର ନିକଟରେ ହେବାର ବିଧି ବ୍ୟବସ୍ଥା ଥିବା ବେଳେ ସଂପୃକ୍ତ ସରପଂଚ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରକାରୀ ଆଇନକୁ ଉଲ୍ଲଘନ କରି ଅନ୍ୟତ୍ର ଅର୍ଥାତ ସୁଜାଣସିଂହପୁରସ୍ଥିତ ଏକ ଗୋଚର ଜମି ତଥା ଖାଲୁଆ ସ୍ଥାନରେ ଏହି ପଂଚାୟତ ଭବନ ନିର୍ମାଣ କରିବା ପାଇଁ ମସୁଧା ଚଳାଇଛନ୍ତି । ଏନେଇ ଗ୍ରାମର ଏକ ଗୋଷ୍ଠୀ ଜିଲାପାଳଙ୍କ ସମେତ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସଂପର୍କରେ ସ୍ଥାନୀୟ ସରପଂଚ ସୁପ୍ରଭା ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରିବାରୁ ସେ କୁହନ୍ତି, ପ୍ରଥମେ ଯେଉଁ ସ୍ଥାନରେ ପଂଚାୟତ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା ସେଠାରେ ବଳକା ଜମି ନଥିବାରୁ ସେହି ପଂଚାୟତର ସୁଜାଣସିଂହପୁର ମୌଜାର ଖାତା ନଂ-୧୭୮, ପ୍ଲଟ ନଂ-୪୦୧ ଏରିଆ ୨୦ ଡିସିମିଲ ଜମିରେ ଏହି ଗୃହ ନିର୍ମାଣ ପାଇଁ ତହସିଲ ପକ୍ଷରୁ ଜମି ଚିହ୍ନଟ କରାଯାଇଛି । ସେଠାରେ ଏହି ଗୃହ ନିର୍ମାଣ କରାଗଲେ ପଂଚାୟତର ସବୁବର୍ଗର ଲୋକ ଉପକୃତ ହୋଇ ପାରିବେ । ଅଯଥାରେ କେତେକ ଲୋକ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.