Home ଓଡ଼ିଶା ସୁଷମାଙ୍କ ବିଷୟରେ ଲାଲକୃଷ୍ଣ ଆଡଭାନୀ କହିଲେ ଏମିତି କଥା

ସୁଷମାଙ୍କ ବିଷୟରେ ଲାଲକୃଷ୍ଣ ଆଡଭାନୀ କହିଲେ ଏମିତି କଥା

606

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ବିୟୋଗ ଘଟିଛି । ନୂଆଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ହୃଦଘାତର ସମ୍ମୁଖୀନ ହେବା ପରେ ସୁଷମାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ବୁଧବାର ଦିନ ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦୁଃଖଦ ବିୟୋଗ ଯୋଗୁଁ ଶୋକବ୍ୟକ୍ତ କରି କହିଛନ୍ତି, ଯେ ତାଙ୍କର ଅପୂରଣୀୟ କ୍ଷତି ଘଟିଲା ଏବଂ ସୁଷମାଙ୍କ ଅନୁପସ୍ଥିତି ସେ ସର୍ବଦା ଅନୁଭବ କରିବେ । ସୁଷମା ତାଙ୍କର ଅନ୍ୟତମ ଅନ୍ତଃରଙ୍ଗ ସହଯୋଗୀ ଥିଲେ ବୋଲି ଶୋକବାର୍ତ୍ତାରେ ସେ କହିଛନ୍ତି ।

ସେ କହିଛନ୍ତି, ସୁଷମା ଜି ଥିଲେ ଜଣେ ଉତ୍ତମ ମାନବୀ। ଉଚ୍ଛ୍ୱାସ ଏବଂ ସମ୍ବେଦନାଭରା ସ୍ୱଭାବ ଯୋଗୁଁ ସେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରୁଥିଲେ। ଏମିତି କୌଣସି ଜନ୍ମଦିନ ନାହିଁ ଯେଉଁ ବର୍ଷ ସେ ମୋ ପାଇଁ ମୋ ପସନ୍ଦର ଚକ୍‌ଲେଟ୍‌ କେକ୍‌ ନ ଆଣିଛନ୍ତି। ଆଜି ସକାଳେ ଲାଲକୃଷ୍ଣ ଆଡ଼ଭାଣୀ ସୁଷମା ସ୍ୱରାଜଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.